ETV Bharat / bharat

ଦିଲ୍ଲୀରେ ହେବ ଧୂଳିଝଡ ମାଡ - temperature

ଆଗାମୀ 48 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇବ । ଏହାସହ ଶୁକ୍ରବାର ଧୂଳିଝଡ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : Apr 3, 2019, 3:23 PM IST

ନୂଆଦିଲ୍ଲୀ: ବଦୁଳିଛି ପରିବେଶ, ବିଗୁଡୁଛି ଦିଲ୍ଲୀ ପାଣିପାଗ । ଏଥିପାଇଁ ଆଗାମୀ 48 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇବ । ଗବେଷକଙ୍କ କହିବା ଅନୁସାରେ ଆସନ୍ତା ଗୁରୁବାର ସୁଦ୍ଧା ସହରର ତାପମାତ୍ରା 39 ଡିଗ୍ରୀ ସେଲସିୟସ ପାରଦ ଛୁଇଁବ । ଏହାସହ ଶୁକ୍ରବାର ଧୂଳିଝଡ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା 35.3 ଡିଗ୍ରୀ ସେଲସିୟସ ଓ ସର୍ବୋନିମ୍ନ ତାପମାତ୍ରା 16.2 ରେକର୍ଡ କରାଯାଇଛି । ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପରେ ରାଜ୍ୟରେ କିଛି ମାତ୍ରାରେ ତାପମାତ୍ରାରେ ପରିବର୍ତ୍ତନହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ପାଲାମରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ରାଜ୍ୟର ଆଦ୍ରତା 24 ପ୍ରତିଶତରୁ 80 ପ୍ରତିଶତ ମଧ୍ୟରେ ରହିଛି । ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ କିଛି ମାତ୍ରାରେ ସୁଧାର ହେବାରେ ଲାଗିଛି । କିନ୍ତୁ ଆଦ୍ରତା ବୃଦ୍ଧି ପାଇଁ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.