ETV Bharat / bharat

ଦିଲ୍ଲୀ କୋରୋନା ଅପଡେଟ୍:ଗତ 24 ଘଣ୍ଟାରେ 85 ନୂଆ ଆକ୍ରାନ୍ତ, ମୋଟ 1154

author img

By

Published : Apr 13, 2020, 9:56 AM IST

Updated : Apr 13, 2020, 2:57 PM IST

ଗତ 24 ଘଣ୍ଟାରେ ଦିଲ୍ଲୀରେ 85 ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1154ରେ ପହଞ୍ଚିଥିବା ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona upadate
ଦିଲ୍ଲୀ କୋରୋନା ଅପଡେଟ୍

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦିଲ୍ଲୀରେ 85 ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1154ରେ ପହଞ୍ଚିଥିବା ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ତେବେ ଚିହ୍ନଟ ହୋଇଥିବା 85 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 34 ଜଣ ଅଣ୍ଡର ସ୍ପେଶିଆଲ ଅପରେସନରେ ରହିଛନ୍ତି । ଏହାକୁ ମିଶାଇ ମୋଟ 746 ଆକ୍ରାନ୍ତ ଅଣ୍ଡର ସ୍ପେଶିଆଲ ଅପରେସନରେ ରହିଛନ୍ତି ।

ଏପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 28 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 24 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ଏଥିସହ 325 ଆକ୍ରାନ୍ତ ନିକଟରେ ବିଦେଶରୁ ଫେରିଥିବା ସୂଚନା ରହିଛି ।

ଏପଟେ ଦିଲ୍ଲୀରେ 14036 ରକ୍ତ ନମ୍ବନା ପରୀକ୍ଷା ପାଇଁ ଦିଆଯାଇଥିଲା । ଏଥିରୁ 11748 ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଏବେସୁଦ୍ଧା ଆହୁରି 984 ରିପୋର୍ଟ ଆସିବାକୁ ବାକି ରହିଛି ।

Last Updated : Apr 13, 2020, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.