ନୂଆଦିଲ୍ଲୀ: କୋରୋନା ମଣିଷଙ୍କୁ କ୍ଷତି ପହଞ୍ଚାଉଛି ସତ, ହେଲେ ପରିବେଶ ନିର୍ମଳ ମଧ୍ୟ କରିଛି । ଦେଶରେ ବଢୁଥିବା ଜନସଂଖ୍ୟା ପରିବେଷ ଦୂଷିତ ହେବାର ପ୍ରଥମ କାରଣ । ବର୍ତ୍ତମାନ କୋରୋନା ଯୋଗୁଁ ଚମକୁଛି ପ୍ରକୃତି । ବାୟୁପ୍ରଦୂଷଣ କ୍ଷେତ୍ରରେ ପ୍ରଥମସ୍ଥାନ ଗ୍ରହଣ କରୁଥିବା ଦିଲ୍ଲୀ ଏବେ ପରିଷ୍କାର ହୋଇଯାଇଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଏୟାର କ୍ବାଲିଟି ଇନଣ୍ଡେକ୍ସରେ ସୋମବାର ସକାଳ 6 ଟାବେଳେ ବାୟୁର ଗୁଣବତ୍ତା 61 ପଏଣ୍ଟ ଥିଲା । ଯାହାକି ଅତ୍ୟନ୍ତ ଭଲ ବାୟୁ ବୋଲି କୁହାଯାଉଛି ।
ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ ଏବଂ ପାଣିପାଗ ପୂର୍ବାନୁମାନ ଓ ଅନୁସନ୍ଧାନ (SAFAR) ଅନୁଯାୟୀ ଜାତୀୟ ରାଜଧାନୀରେ ବାୟୁର ଗୁଣବତ୍ତା ‘ସନ୍ତୋଷଜନକ’ ବର୍ଗରେ ସାମାନ୍ୟ ଉନ୍ନତ ହୋଇଛି । ଯଦି ଆମେ ଡକ୍ ହିସାବରେ ଆକଳନ କରିବା ତେବେ ରବିବାର ସକାଳେ ବାୟୁର ଗୁଣବତ୍ତା 79 ପଏଣ୍ଟ ଥିଲା ।
ଏସଏଏଫଏଆର କହିବା ଅନୁସାରେ ଯଦି ଏୟାର କ୍ବାଲିଟି ଇଣ୍ଡେକ୍ସ ହିସାବରେ ଦେଖିବା ତେବେ ବାୟୁର ଗୁଣବତ୍ତା ପିଏମ 10 ଏବଂ ପିଏମ 2.5 ରେ 61 ପଏଣ୍ଟ ରହିଛି ଯାହାକୁ ସନ୍ତୋଷଜନକ ଏୟାର କ୍ବାଲିଟି କହିପାରିବା । ସେହିପରି ବାୟୁର ଗୁଣବତ୍ତା 27 ପଏଣ୍ଟ ଥାଏ ତେବେ ଏହାକୁ ଅତି ଭଲ ବର୍ଗରେ ବିବେଚନା କରିବା । ବର୍ତ୍ତମାନ ଦିଲ୍ଲୀ ବାୟୁର ଗୁଣବତ୍ତା ଭଲ ଥିବା ଏସଏଏଫଏଆର ପକ୍ଷରୁ କୁହାଯାଇଛି ।