ETV Bharat / bharat

ଦିଲ୍ଲୀ ହିଂସା ମାମଲା: ଉମର ଖଲିଦ ଓ ସରଜିଲ ଇମାମର ହାଜତ ମିଆଦି ବୃଦ୍ଧି

author img

By

Published : Oct 24, 2020, 9:04 PM IST

ଦିଲ୍ଲୀ ହିଂସା ମାମଲାର ଦୁଇ ଅଭିଯୁକ୍ତ ଉମର ଖଲିଦ ଓ ସରଜିଲ ଇମାମର ହାଜତ ମିଆଦି ଅବଧି ବଢାଇ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଅଧିକ ପଢନ୍ତୁ .....

ଉମର ଖଲିଦ ଓ ସରଜିଲ ଇମାମର ହାଜତ ମିଆଦି ବୃଦ୍ଧି କଲେ କୋର୍ଟ

ନୁଆଦିଲ୍ଲୀ: ଗତ ଫେବୃଆରୀରେ ଦିଲ୍ଲୀର ଉତ୍ତର ପୁର୍ବାଞ୍ଚଳରେ ହୋଇଥିବା ହିଂସାର ଦୁଇ ଅଭିଯୁକ୍ତ ତଥା ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରନେତା ଉମର ଖଲିଦ ଓ ସରଜିଲ ଇମାମର ହାଜତ ମିଆଦି ଅବଧି ବଢାଇ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଶୁକ୍ରବାର ଉଭୟ ଅଭିଯୁକ୍ତଙ୍କୁ ତିହାର ଜେଲରୁ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା ।

ଏହି ମାମଲାରେ ଶୁଣାଣି କରି ଅତିରିକ୍ତ ସେସନ ଜର୍ଜ ଅମିତାଭ ରାଓ୍ବତ ଦୁଇ ଅଭିଯୁକ୍ତଙ୍କ ହାଜତ ମିଆଦିକୁ ବଢାଇବା ସହ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଉମର ଖଲିଦ ଆଣିଥିବା ଅଭିଯୋଗ ଉପରେ ମଧ୍ୟ ଜେଲ ଅଧୀକ୍ଷକଙ୍କ ଠାରୁ ଉତ୍ତର ଚାହିଁଥିଲେ ।

ଜେଲର ଅନ୍ୟ ଅନ୍ତେବାସୀଙ୍କ ପରି ତାକୁ ସେଲ ବାହରକୁ ଛଡା ଯାଉନଥିବା ଅଭିଯୋଗ କରିଥିଲା ଉମର ଖଲିଦ । ଏହି ଅଭିଯୋଗକୁ ଜେଲ ଅଧୀକ୍ଷକ ଖଣ୍ଡନ କରିବା ସହ ତାକୁ ମଧ୍ୟ ଅନ୍ୟ ଅନ୍ତେବାସୀଙ୍କ ପରି ସମାନ ସୁବିଧା ମିଳୁଥିବା କୋର୍ଟରେ ପ୍ରକାଶ କରିଥିଲେ ।

ସେ ଜଣେ ବିଚରାଧୀନ କଏଦୀ ହୋଇଥିବାରୁ ତାଙ୍କୁ ସକାଳ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ଦ୍ବୀତିୟ ପର୍ଯ୍ୟାୟରେ ଅପରାହ୍ନ 3 ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ସେଲ ବାହାରକୁ ଯିବା ପାଇଁ ଅନୁମତି ମିଳୁଥିବା ଅଧୀକ୍ଷକ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟ ଦୁଇ ଅପରାଧୀଙ୍କ ସୁରକ୍ଷା ଓ ନିରାପତ୍ତା ବାବଦରେ ପଦକ୍ଷପ ନେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଗତ ଫେବୃଆରୀ23 ରୁ 26 ତାରିଖରେ ଦିଲ୍ଲୀର ଉତ୍ତର ପୁର୍ବାଞ୍ଚଳରେ ହୋଇଥିବା ଦଙ୍ଗରେ ଉଭୟଙ୍କ ଭୂମିକା ଥିବା ଦର୍ଶାଇ ଉଭୟଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ହୋଇଥିବା ଷଡୟନ୍ତ୍ରରେ ଉଭୟ ଅଭିଯୁକ୍ତ ଓ ତାଙ୍କର କିଛି ସହଯୋଗୀ ସାମିଲ ଥିବା ଦିଲ୍ଲୀ ପୋଲିସ ଦର୍ଶାଇଥିଲା ।

ଦଙ୍ଗା ଅଞ୍ଚଳକୁ ପେଟ୍ରଲ ବୋମା , ଏସିଡ ବୋଟଲ ଆଦି ଯୋଗାଇବାରେ ଏହି ଗୋଷ୍ଠି ସକ୍ରିୟ ଥିବା କୋର୍ଟରେ ମଧ୍ୟ ପ୍ରମାଣ ଦାଖଲ କରିଛି ପୋଲିସ । ଏହି ଦଙ୍ଗାରେ ପ୍ରାୟ 53 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହାତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.