ETV Bharat / bharat

କିଏ କରିବ ଦିଲ୍ଲୀ ଦଖଲ, କଡା ସୁରକ୍ଷା ମଧ୍ୟରେ ଆଜି ମତଦାନ

author img

By

Published : Feb 8, 2020, 6:51 AM IST

କଡା ସୁରକ୍ଷା ମଧ୍ୟରେ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । 1.47 କୋଟି ଭୋଟର ନିଜର ମତାଧିକା ସାବ୍ୟସ୍ତ କରିବା ସହ ଚୟନ ନୂଆ ସରକାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କିଏ କରିବ ଦିଲ୍ଲୀ ଦଖଲ, କଡା ସୁରକ୍ଷା ମଧ୍ୟରେ ଆଜି ମତଦାନ
କିଏ କରିବ ଦିଲ୍ଲୀ ଦଖଲ, କଡା ସୁରକ୍ଷା ମଧ୍ୟରେ ଆଜି ମତଦାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ଏବେ ସାରା ଦେଶର ନଜର । ରାଜଧାନୀର ନିର୍ବାଚନ ଦୀର୍ଘ 1 ମାସରୁ ଦେଶର ଆକାଶରେ ବାଦଲ ଭଳି ଛାଇ ରହିଛି । ନେତାଙ୍କ ବୟାନର ବର୍ଷାରେ ଭିଜି ଆସୁଛି ଦିଲ୍ଲୀ । ତେବେ ଟୀକିଟିପ୍ପଣୀ ଓ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି ।

ଦିଲ୍ଲୀ ବିଧାନସଭାର 70 ଆସନ ପାଇଁ ଶନିବାର ମତଦାନ ହେବ । ଦିଲ୍ଲୀର 1.47 କୋଟି ଭୋଟର ନିଜର ମତାଧିକା ସାବ୍ୟସ୍ତ କରିବା ସହ ନୂଆ ସରକାର ଚୟନ କରିବେ । ଦେଶର ରାଜଧାନୀରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଦିଲ୍ଲୀ ପୋଲିସ ବ୍ୟତିତ ହୋମଗାର୍ଡ, ଅର୍ଦ୍ଧ ସୈନିକ ବଳର 75 ହଜାରରୁ ଉର୍ଦ୍ଧ୍ବ ସଶସ୍ତ୍ର ଯବାନଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଏକ କଣ୍ଟ୍ରୋଲ ରୁମ ଗଠନ କରାଯାଇଛି ।

ଶାହିନବାଗରେ ସୁରକ୍ଷା ବୃଦ୍ଧି

ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ପ୍ରଦର୍ଶନ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ରହିଆସିଥିବା ଶାହିନ ବାଗରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରଦର୍ଶନ ଜାରି ରହିଛି । ସିଏଏ ବିରୁଦ୍ଧରେ ପ୍ରଦର୍ଶନର କେନ୍ଦ୍ର ରହିଥିବା ଜାମିଆର ଗେଟ୍‌ ନମ୍ବର 7କୁ ଖାଲି କରିଦିଆଯାଇଛି । ଶାହିନବାଗରେ ବିଶେଷ କରି ସୀମା ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି ।

ଆପ-ବିଜେପି ମଧ୍ୟରେ ଟକ୍କର

ଏଥର ନିର୍ବାଚନର ମୁଖ୍ୟ ଲଢେଇ କ୍ଷମତାସୀନ ଆମ ଆଦମି ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ରହିଛି । କଂଗ୍ରେସ ତୃତୀୟ ସ୍ଥାନରେ ନଜର ଆସୁଛି । ନିର୍ବାଚନୀ ପ୍ରଚାର ସମୟରେ ଆପ ଓ ବିଜେପି ନେତାଙ୍କ ମଧ୍ୟରେ ଯେଭଳି ଭାବେ ଟକ୍କର ଦେଖିବାକୁ ମଳିଛି, ଏହାକୁ ଦୃଷ୍ଟିରେ ରଖି ନିର୍ବାଚନର ମତଦାନ ରୋଚକ ସ୍ଥତିରେ ରହିବ ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ ଅନୁସାରେ ଦିଲ୍ଲୀରେ ବିଜେପି 5 ହଜାର ରାଲି କରିଛି । ନିର୍ବାଚନୀ ପ୍ରଚାରରସମୟରେ କଡା ବୟାନକୁ ନେଇ ଅନେକ ନେତାଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଛି । ଅନ୍ୟପକ୍ଷେ ବିପକ୍ଷଙ୍କ ଟାର୍ଗେଟରେ ରହିଥିବା ଅରବିନ୍ଦ କେଜ୍ରିଓ୍ବାଲ ମତଦାନର ଗୋଟିଏ ଦିନ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନ କରିଥିବା ନଜର ଆସିଛନ୍ତି ।

19 ହଜାର ହୋମଗାର୍ଡ ନିଯୁକ୍ତ

ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ 40 ହଜାରରୁ ଉର୍ଦ୍ଧ୍ବ ଦିଲ୍ଲୀ ପୋଲିସ ଯବାନଙ୍କୁ ନିୟୋଜିତ କରାଯାଇଛି । ଏହାସହ ପାଖାପାଖି 19 ହଜାରରୁ ଅଧିକ ହୋମଗାର୍ଡ ଡିୟୁଟିରେ ରହିଛନ୍ତି । 70 ଆସନ ପାଇଁ 13750 ମତଦାନ କେନ୍ଦ୍ର ଗଠନ ହୋଇଛି । ତେବେ ଦିଲ୍ଲୀରେ ମୋଟ 2689 ମତଦାନ କେନ୍ଦ୍ର ମଧ୍ୟରୁ 545ଟି କେନ୍ଦ୍ର ସମ୍ବେଦନଶୀଳ ରହିଛି । 21 ହଜାର ମତ ଗଣନା କେନ୍ଦ୍ରରେ ଅତିରିକ୍ତ ସୁରକ୍ଷା ଯୋଗାଯାଇଛି ।

70 ସିଟରେ 672 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଦିଲ୍ଲୀରେ 1,47,86,382 ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରୁ 2,32,815 ଜଣ ଭୋଟର 18ରୁ 19 ବର୍ଷ ମଧ୍ୟରେ ରହିଛନ୍ତି । 70 ଆସନ ପାଇଁ ନିର୍ବାଚନୀ ମୈଦାନରେ ଅଛନ୍ତି 672 ପ୍ରାର୍ଥୀ । କ୍ଷମତାସୀନ ଆମ ଆଦମି ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ରହିଛି । ତେବେ 3 ଦଳ ଆକ୍ରାମକ ଢଙ୍ଗରେ ପ୍ରଚାର ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀ ଦଖଲ କିଏ କରିବ ଏ ନେଇ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ଜଣା ପଡିବ ।

Intro:Body:

SDG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.