ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଆହତ ହୋଇଥିବା ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସରକାର ଆହତଙ୍କୁ ସାହାଯ୍ୟ ଓ ଚିକିତ୍ସା ଯୋଗାଇଦେବାକୁ ଆଶ୍ବାସନା ଦେଇଥିବା ବେଳେ କ୍ଷତିପୂରଣ ନେଇ ମଧ୍ୟ ଘୋଷଣା କରାଯାଇଛି ।
ଡିସିପିସିଆରର ଅଧ୍ୟକ୍ଷ ରମେଶ ନେଗୀଙ୍କ କହିବାନୁସାରେ, ଦଙ୍ଗାରେ ପ୍ରଭାବିତ ହୋଇଥିବା ପୀଡିତଙ୍କୁ ଦିଲ୍ଲୀ ସରକାର ଇହବାସ ଇନଷ୍ଟିଚ୍ୟୁଟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ନିକଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ପୀଡିତଙ୍କୁ ଭଲ ସ୍ବାସ୍ଥ୍ୟସେବା ଓ ସ୍ଥିତି ସାମାନ୍ୟ କରିବା ପାଇଁ ଆଲୋଚନା କରାଯାଇଛି ।
ଏହାସହ ସରକାରଙ୍କ ଇହବାସରେ ମାନସିକ ଚିକିତ୍ସା ଦେବା ପାଇଁ ଆଲୋଚନା କରାଯାଇଛି । ଏଥିରେ ଦଙ୍ଗାରେ ପ୍ରଭାବିତ ହୋଇ ମାନସିକ ଭାରସ୍ୟାମ ହରାଇଥିବା ଲୋକଙ୍କୁ ଚିକିତ୍ସିତ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ