ETV Bharat / bharat

ବାର୍ଡ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ଲାଲକିଲ୍ଲା

author img

By

Published : Feb 2, 2021, 10:21 PM IST

ବାର୍ଡ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଲକିଲ୍ଲାରେ ପର୍ଯ୍ୟଟକଙ୍କୁ ପ୍ରବେଶ ମନା । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ଅଧିକ ପଢନ୍ତୁ...

delhi red fort
ବାର୍ଡ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ଲାଲକିଲ୍ଲା

ନୂଆଦିଲ୍ଲୀ: ବାର୍ଡ ଫ୍ଲୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଲକିଲ୍ଲାରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ବନ୍ଦ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

ଦେଶ ସ୍ବାଧୀନତାର ମୂକସାକ୍ଷୀ ବା ଦେଶର ଏକ ପ୍ରମୁଖ ପର୍ଯ୍ୟଟନର ଆକର୍ଷଣ ହେଉଛି ଲାଲକିଲ୍ଲା । ଦିଲ୍ଲୀରେ ବର୍ତ୍ତମାନ ବୃଦ୍ଧିପାଉଥିବା ବାର୍ଡ ଫ୍ଲୁର ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଲାଲ କିଲ୍ଲା ଓ ଏହାର ଆଖ ପାଖ ଅଞ୍ଚଳରେ ଏବିଏନ ଏନଫ୍ଲୁଏଞ୍ଜା ଭାଇରସ ବା ବାର୍ଡ ଫ୍ଲୁ ର ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି । ପୂର୍ବରୁ 19 ଜାନୁୟାରୀରୁ ବନ୍ଦ ରହିଥିଲା ଲାଲକିଲ୍ଲା ।

ସୂଚନା ଥାଉକି ଗତ ଜାନୁୟାରୀ 26 ତାରିଖ ଦିନ କୃଷକମାନେ ଟ୍ରାକ୍ଟର ପେରେଡ ନାମରେ ହିଂସା ସୃଷ୍ଟି କରିଥିଲେ । ଲାଲକିଲ୍ଲାରେ ପଶି ବ୍ୟାପକ ପରିମାଣରେ ଭଙ୍ଗାରୁଜା କରିବା ସହ ନିଜ ସଂଗଠନର ପତାକା ପ୍ରଦର୍ଶନ କରିଥିଲେ । ସେଠାରେ ଥିବା ଟିକଟ କାଉଣ୍ଟର ସମେତ ଅନ୍ୟ ଅଞ୍ଚଳରେ ପ୍ରଦର୍ଶନକାରୀମାନେ ହିଂସା ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.