ETV Bharat / bharat

ଗାନ୍ଧୀ ହେବେ ବିଶ୍ବ ପୁସ୍ତକ ମେଳାର ଥିମ୍‌, ଆସିବ 23 ଦେଶର ପୁସ୍ତକ - ବିଶ୍ବ ପୁସ୍ତକ ମେଳା

ଜାନୁଆରୀ 4ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପୁସ୍ତକ ମେଳା। ଏ ବର୍ଷ ପୁସ୍ତକ ମେଳାର ଥିମ ରହିଛି 'ଗାନ୍ଧୀ: ଲେଖକଙ୍କ ଲେଖକ'। ଅଧିକ ପଢନ୍ତୁ...

delhi
ଗାନ୍ଧୀ ହେବେ ବିଶ୍ବ ପୁସ୍ତକ ମେଳାର ଥିମ୍‌
author img

By

Published : Jan 3, 2020, 1:58 PM IST

ନୂଆଦିଲ୍ଲୀ: 'ଗାନ୍ଧୀ: ଲେଖକଙ୍କ ଲେଖକ'। ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ବ ପୁସ୍ତକ ମେଳାରେ ଏହି ଥିମ୍‌ ରଖାଯାଇଛି। 4 ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ବିଶ୍ବ ପୁସ୍ତକ ମେଳା ପାଇଁ ଏ ବର୍ଷ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ବିଶେଷ ମଞ୍ଚ ପ୍ରସ୍ତୁତ କରାଯାଉଛି।

ପୁସ୍ତକମେଳାରେ ପାଖାପାଖି 600 ପ୍ରକାଶକଙ୍କ ହଜାର ହଜାର ପୁସ୍ତକ ରଖାଯିବ । ଭାରତୀୟ ପ୍ରକାଶକଙ୍କ ବ୍ୟତିତ ୟୁରୋପ ଓ ଏସିୟାର 23ଟି ଦେଶର ପୁସ୍ତକକୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି। ବିଶ୍ବ ପୁସ୍ତକମେଳାରେ ଏଥର ପୁସ୍ତକପ୍ରେମୀଙ୍କ ପାଇଁ 1300ରୁ ଉର୍ଦ୍ଧ୍ବ ଷ୍ଟଲ ଲଗାଯିବ। ଲେଖକ, ବିଦ୍ବାନଙ୍କ ସହ ସମ୍ବାଦ ଚର୍ଚ୍ଚାର ମଧ୍ୟ ଆୟୋଜନ କରାଯିବ। ପୁସ୍ତକ ମେଳାର ଉଦଘାଟନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ନିଶାଙ୍କ ପୋଖରିୟାଲ କରିବେ। ମେଳାରେ ଦୃଷ୍ଟିହୀନ ପାଠକଙ୍କ ପାଇଁ ବିଶେଷ ରୂପରେ ବ୍ରେଲି ପୁସ୍ତକ ରଖାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.