ETV Bharat / bharat

ବିମାନବନ୍ଦରରେ ନିୟୋଜିତ ଦିଲ୍ଲୀ ପୋଲିସ୍ କନଷ୍ଟେବଳ କୋରୋନା ସଂକ୍ରମିତ - ଦିଲ୍ଲୀ ପୋଲିସ୍

ଦିଲ୍ଲୀ ବିମାନବନ୍ଦରରେ ଏହି 44 ବର୍ଷୀୟ କନେଷ୍ଟବଳ ନିୟୋଜିତ ହୋଇଥିଲେ । ସଂକ୍ରମଣ ପାଇଁ ପଜିଟିଭ୍ ପରୀକ୍ଷା କରାଯିବା ପରେ ତାଙ୍କୁ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କୁ ପରୀକ୍ଷା ପାଇଁ ଡାକ୍ତରଖାନା ଅଣାଯିବ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 9, 2020, 1:29 AM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ପୋଲିସ କନଷ୍ଟେବଳଙ୍କର ବୁଧବାର କୋରୋନା ଭାଇରସ୍ ଟେଷ୍ଟରେ ପଜିଟିଭ୍ ରିପୋର୍ଟ ଆସିଛି । ଦିଲ୍ଲୀ ବିମାନବନ୍ଦରରେ ଏହି 44 ବର୍ଷୀୟ କନେଷ୍ଟବଳ ନିୟୋଜିତ ହୋଇଥିଲେ । ସଂକ୍ରମଣ ପାଇଁ ପଜିଟିଭ ପରୀକ୍ଷା କରାଯିବା ପରେ ତାଙ୍କୁ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କୁ ପରୀକ୍ଷା ପାଇଁ ଡାକ୍ତରଖାନା ଅଣାଯିବ।

ସୂଚନା ଅନୁସାରେ ବୁଧବାର ରୋହିନୀ କଣ୍ଟ୍ରୋଲ ରୁମରେ ଏକ PCR କଲ ଆସିଥିଲା କଲରେ କୁହାଯାଇଥିଲା ଯେ, ଯେ ଦିଲ୍ଲୀ ବିମାନବନ୍ଦରରେ ପୋଷ୍ଟ କରାଯାଇଥିବା ଜଣେ 44 ବର୍ଷୀୟ କନଷ୍ଟେବଳ COVID-19 ପାଇଁ ପଜିଟିଭ ପରୀକ୍ଷା କରିଛନ୍ତି । ତାଙ୍କୁ ଲୋକ ନାୟକ ଡାକ୍ତରଖାନାକୁ ନିଆଯାଇଛି । ତାଙ୍କ ପରିବାର ସଦସ୍ୟ ପରୀକ୍ଷା ପାଇଁ ଗୁରୁବାର ଡାକ୍ତରଖାନାକୁ ଆସିବେ । ଏସମସ୍ତ ତଥ୍ୟ ଦିଲ୍ଲୀ ପୋଲିସ ଏକ ବିବୃତ୍ତିରେ କହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ବୁଧବାର 93ଟି ନୂତନ କୋରୋନା ପଜେଟିଭ ମାମଲା ସହିତ ଦିଲ୍ଲୀରେ ମୋଟ ସକରାତ୍ମକ ସଂଖ୍ୟା 669କୁ ବୃଦ୍ଧି ପାଇଛି । ଏହାସହ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 9ଜଣଙ୍କ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.