ETV Bharat / bharat

ଦିଲ୍ଲୀ ଆଇଆଇଟିର କମାଲ୍, ତିଆରି କଲେ ପ୍ରଦୂଷଣ ମାପକ ଯନ୍ତ୍ର - Delhi IIT

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ବଚ୍ଛ ବାୟୁ ସମ୍ପର୍କିତ ଏକ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି । ଏହି ଅବସରରେ ବାୟୁ ପ୍ରଦୂଷଣ ମାପକ ଯନ୍ତ୍ରର ପ୍ରଦର୍ଶନ ହୋଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

new scale to measure pollution
ଦିଲ୍ଲୀ ଆଇଆଇଟିର କମାଲ୍, ତିଆରି କଲେ ପ୍ରଦୂଷଣ ମାପକ ଯନ୍ତ୍ର
author img

By

Published : Feb 26, 2020, 9:41 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଆଇଆଇଟି ଶିକ୍ଷାନୁଷ୍ଠାନର କମାଲ । ବାୟୁ ପ୍ରଦୂଷଣ ମାପିବା ପାଇଁ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି ପ୍ରଦୂଷଣ ମାପକ ଯନ୍ତ୍ର । ଏଥିରେ ପ୍ରଦୂଷଣ ମାତ୍ରା ଯାଞ୍ଚ କରାଯାଇଛି ।

ଦିଲ୍ଲୀ ଆଇଆଇଟିର କମାଲ୍, ତିଆରି କଲେ ପ୍ରଦୂଷଣ ମାପକ ଯନ୍ତ୍ର

ଏହି ଯନ୍ତ୍ରଟି ବ୍ୟାଟେରୀ ଚାଳିତ ଅଟେ । ଯେ କେହି ବି ଏହାକୁ ପକେଟରେ ଧରି ବୁଲି ପାରିବେ । ଏହି ଯନ୍ତ୍ର ଆପଣଙ୍କୁ ସଠିକ୍ ସମୟରେ ବାୟୁ ପ୍ରଦୂଷଣର ସ୍ତର ସମ୍ପର୍କରେ ସୂଚନା ଦେବ । ଏହାସହ ଏକ ବଡ ମେସିନ୍ ମଧ୍ୟ ତିଆରି କରିଛି ଆଇଆଇଟି । ଉକ୍ତ ମେସିନ୍ ପାଖାପାଖି 1 କିଲୋମିଟର ପରିଧି ଅଞ୍ଚଳର ପ୍ରଦୂଷଣ ମାତ୍ରା ସମ୍ପର୍କରେ ସୂଚନା ଦେବ ।

ତେବେ ସ୍ବଚ୍ଛ ବାୟୁ ଉପରେ ଆଧାରିତ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଏହି ମେସିନ୍‌କୁ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଯୋଗ ଦେଇ କହିଥିଲେ କି, ପରିବେଶ ସମ୍ପର୍କରେ ସଭିଁଙ୍କୁ ଚିନ୍ତା କରିବା ଆବଶ୍ୟକ । ସ୍ବଚ୍ଛ ପରିବେଶ ପାଇଁ ନାଗରିକଙ୍କୁ ସଚେତନ ହେବା ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.