ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ପରୀକ୍ଷା ଠିକ ସେ ହେଉନଥିବା ଏବଂ ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି ନହେବା ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡା ଭର୍ତ୍ସନା କରିଥିଲେ । ତେବେ ଏହାର ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । କୋରୋନା ପରୀକ୍ଷା ବଢାଇବାକୁ ହେଲେ ଆଇସିଏମଆର ଗାଇଡଲାଇନ୍ ବଦଳାଇବ ଦରକାର । ଆଇସିଏମଆରର ଗାଇଡଲାଇନ୍ ଉଲ୍ଲଙ୍ଘନ କରାଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ସରକାର ଓ ଆଇସିଏମଆର ସମସ୍ତଙ୍କ ପାଇଁ କୋରୋନା ପରୀକ୍ଷା ଖୋଲିବା ଆବଶ୍ୟକ । ଫଳରେ ଯିଏ ପରୀକ୍ଷା କରିବାକୁ ଚାହୁଁଥିବ ସେ କରିପାରିବ । ଏହା ଫଳରେ ହୋଇପାରେ ଗୋଟିଏ ଦିନରେ 1 ଲକ୍ଷ ଲୋକ ପରୀକ୍ଷା ପାଇଁ ପହଞ୍ଚିବେ ।
ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ପରୀକ୍ଷା ସମ୍ବନ୍ଧରେ ଆଇସିଏମଆର ନିର୍ଦ୍ଦେଶାବଳୀ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ଦାବି ଉଠାଇଛନ୍ତି । ଏହି ରୋଗର ସରକାରୀକରଣ ବନ୍ଦ କରିବାକୁ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ରାଜ୍ୟଗୁଡିକରେ ଅଧିକ ପରୀକ୍ଷଣ କିଟ୍ ଉପଲବ୍ଧ ହେବା ଉଚିତ ଓ ସାରା ଦେଶରେ ଲ୍ୟାବଗୁଡିକୁ ପରୀକ୍ଷା ଲାଇସେନ୍ସ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି ।