ETV Bharat / bharat

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର - କୋରୋନା ଭାଇରସ

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ପ୍ଲାଜମା ଥେରାପୀ ପରେ ତାଙ୍କ ଶରୀର ଚିକିତ୍ସା ଗ୍ରହଣ କରୁଥିବା ଜଣାପଡିଛି ।

ସତ୍ୟେନ୍ଦ୍ର ଜୈନ
ସତ୍ୟେନ୍ଦ୍ର ଜୈନ
author img

By

Published : Jun 21, 2020, 2:10 PM IST

ନୂଆଦିଲ୍ଲୀ : ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ପ୍ଲାଜମା ଥେରାପୀ ପରେ ତାଙ୍କ ଶରୀର ଚିକିତ୍ସା ଗ୍ରହଣ କରୁଥିବା ଜଣାପଡିଛି । ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ରବିବାର ତାଙ୍କ ଶରୀରର ତାପମାତ୍ରା କମ ରହିଛି ।

ମେକ୍ସ ହସ୍ପିଟାଲ ପକ୍ଷରୁ ମିଳିଥିବା ସୂତ୍ର ଅନୁଯାୟୀ, ସତ୍ୟେନ୍ଦ୍ର ଜୈନଙ୍କୁ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ । ଯଦି ତାଙ୍କୁ ଶ୍ବାସ କ୍ରିୟାରେ କୌଣସି ସମସ୍ୟା ନହୁଏ କିମ୍ବା ତାଙ୍କ ଶରୀରରେ ପୁଣିଥରେ ଜ୍ବର ପରିଲକ୍ଷିତ ନହୁଏ ତାହେଲେ ସୋମବାର ଦିନ ତାଙ୍କୁ ଆଇସିୟୁ ୱାର୍ଡରୁ ସ୍ଥାନାନ୍ତରଣ କରାଯିବ ।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କୁ କିଛି ଦିନ ପୂର୍ବେ ଜ୍ଵର ଏବଂ ନିଃଶ୍ଵାସ ନେବାରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା। ପ୍ରଥମ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଦ୍ଵିତୀୟଥର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

ତେବେ ଶୁକ୍ରବାର ତାଙ୍କୁ ନିମୋନିଆ ହେବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ମେକ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଆପ ବିଧାୟକ ସୋମନାଥ ଭାରତୀ ସୂଚନା ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, ହସ୍ପିଟାଲ କର୍ମଚାରୀଙ୍କ ସହ କଥାହେବାପରେ ଜାଣିବାକୁ ପାଇଲି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ସେ ଶୀଘ୍ର ସୁସ୍ଥ ହେବା ନେଇ ମୁଁ କାମନା କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.