ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କୁ ନେଇ ଆରମ୍ଭ ହେଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ । କହିଲେ 4 ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବିତ ହେବା ପଛରେ କେବଳ ଆପ୍ ସରକାରଙ୍କ ହାତ ରହିଛି ।
ପ୍ରକାଶ ଜାଭେଦକର କହିଛନ୍ତି, ‘2012 ନିର୍ଭୟା ମାମଲାରେ ଫାଶୀଦଣ୍ଡ ଶୁଣାଣି ହୋଇସାରିଛି । ତଥାପି ଫାଶୀ ଦେବାରେ କାହିଁକି ବିଳମ୍ବ ହେଉଛି । ଦିଲ୍ଲୀ ସରକାରଙ୍କ ଅବହେଳା ଯୋଗୁଁ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇପାରୁ ନାହିଁ । ଦିଲ୍ଲୀ ସରକାର ଦୋଷୀଙ୍କ ବିରୋଧରେ କାହିଁକି ନୋଟିସ ଦେଉନାହାଁନ୍ତି ?’