ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖେଳ ଭଣ୍ଡୁର କରିପାରେ ବିଏସପି!

author img

By

Published : Jan 21, 2020, 2:35 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି(ବିଏସପି)ର ଷ୍ଟାର ପ୍ରଚାରକ ସାଜିବେ ପାର୍ଟି ସୁପ୍ରିମୋ ମାୟାବତୀ। ସୂଚନା ଅନୁସାରେ ମାୟାବତୀଙ୍କ ପ୍ରଥମ ରାଲି ନୂଆଦିଲ୍ଲୀସ୍ଥିତ ତାଲକଟୋରା ଷ୍ଟାଡିୟମରେ ଫେବୃଆରୀ 3 ତାରିଖରେ ଆୟୋଜିତ ହେବ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି(ବିଏସପି)ର ଷ୍ଟାର ପ୍ରଚାରକ ସାଜିବେ ପାର୍ଟି ସୁପ୍ରିମୋ ମାୟାବତୀ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦନକୁ ଓହ୍ଲାଇବେ ନିଜେ ମାୟାବତୀ। ପ୍ରଚାର ପାଇଁ ରାଷ୍ଟ୍ରୀୟ ରାଜଧାନୀରେ ତିନୋଟି ରାଲି ଆୟୋଜିତ ହେବ। ସୂଚନା ଅନୁସାରେ ମାୟାବତୀଙ୍କ ପ୍ରଥମ ରାଲି ନୂଆଦିଲ୍ଲୀସ୍ଥିତ ତାଲକଟୋରା ଷ୍ଟାଡିୟମରେ ଫେବୃଆରୀ 3 ତାରିଖରେ ଆୟୋଜନ କରାଯିବ। ଏଥିପାଇଁ ଆଉ ୨ଟିର ସ୍ଥାନ ଏଯାବତ୍ ଚିହ୍ନଟ ହୋଇନଥିବା ଖବର ରହିଛି ।

ସୂଚନା ଅନୁସାରେ ଗତ ସପ୍ତାହରେ ବିଏସ୍‌ପି ପକ୍ଷରୁ 42 ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଥିଲା । ଏହାପର ଠାରୁ ମାୟାବତୀଙ୍କ ନେତୃତ୍ବରେ ଦିଲ୍ଲୀ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ବିଏସପିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଲକ୍ଷ୍ମଣ ସିଂହ ଓ ଦଳର ଅନ୍ୟ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଅଭିଯାନ ସମ୍ଭାଳିବା ଦାୟିତ୍ବ ଭାର ପ୍ରଦାନ କରିଛନ୍ତି ମାୟାବତୀ। ଏହାସହ ବଳକା ସିଟ୍‌ ପାଇଁ ଖୁବଶୀଘ୍ର ପାର୍ଥୀ ଘୋଷଣା ନେଇ କହିଛନ୍ତି ସେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁୟାରୀ ୨୧ ତାରିଖ ରହିଛି। ଜାନୁୟାରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ । ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି। ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ। ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.