ETV Bharat / bharat

କେଜ୍ରିୱାଲ-ସିସୋଦିଆଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି - defamation

ଏକ ଅପରାଧିକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ଦିଲ୍ଲୀର ଏକ କୋର୍ଟ ।

ଫାଇଲ ଫଟୋ
author img

By

Published : Apr 24, 2019, 1:47 AM IST

ନୂଆଦିଲ୍ଲୀ: ସମସ୍ତଙ୍କ ଫୋକସରେ ରହିଛି ରାଜଧାନୀ ଦିଲ୍ଲୀ ସିଂହାସନ । 2014ରେ ଏକଦା ଦିଲ୍ଲୀରେ ଦବ୍‌ଦବା ରଖୁଥିବା କେଜ୍ରିୱାଲ ଏବେ ଏକ ରକମର ପତିଆରା ଶୂନ୍ୟ । ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋଙ୍କୁ ଜୋରଦାର ଝଟକା ଲାଗିଛି । ଏକ ଅପରାଧିକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ଦିଲ୍ଲୀର ଏକ କୋର୍ଟ ।

  • Delhi: Rouse Avenue court issued non-bailable warrants against CM Arvind Kejriwal, Deputy CM Manish Sisodia and National president of Swaraj India Yogendra Yadav after they didn't appear in a defamation case filed by a lawyer Surender Sharma.

    — ANI (@ANI) April 23, 2019 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ଆଇନଜୀବୀ ସୁରେନ୍ଦ୍ର କୁମାର ଶର୍ମାଙ୍କ ଦ୍ବାରା କୋର୍ଟରେ ଦାୟର କରାଯାଇଥିବା ଏକ ମାନହାନୀ ମାମଲାର ଶୁଣାଣି ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ 2ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହି ମାମଲାରେ କୋର୍ଟରେ ହାଜର ନହେବା ଫଳରେ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ଏହି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।

ଯାଚିକା କର୍ତ୍ତା ସୁରେନ୍ଦ୍ରଙ୍କ ଦାବି ଅନୁଯାୟୀ ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ କେଜ୍ରିୱାଲ ସୁରେନ୍ଦ୍ରଙ୍କ ସାମାଜିକ ସେବାରେ ଖୁସି ହୋଇ ତାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଟିକେଟ ଦେଇ ନଥିଲେ । ଏହାପରେ 2013 ଅକ୍ଟୋବର 14 ତାରିଖରେ ସୁରେନ୍ଦ୍ର ଶର୍ମା କେଜ୍ରିୱାଲଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଏକ ଖବରକାଗଜ ପୃଷ୍ଠାରେ ବାହାରିଥିଲା । ଏହି ଘଟଣାରେ ସମାଜ ଓ ବାର କାଉନସିଲ୍‌ରେ ସୁରେନ୍ଦ୍ରଙ୍କ ମାନହାନୀ ହୋଇଥିବା ଦର୍ଶାଇ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ପରେ ଏହି ଘଟଣାରେ କୋର୍ଟରେ ପକ୍ଷ ରଖିବା ପାଇଁ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ଯୋଗେନ୍ଦ୍ର ଯାଦବଙ୍କୁ ଏହି ମାମଲାରେ ନୋଟିସ ଦେଇଥିଲା । ମାତ୍ର କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଏହି ତିନି ଜଣ କୋର୍ଟ ଆସିନଥିଲେ । ଫଳରେ ଏବେ କୋର୍ଟ ଏହି ତିନି ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.