ନୂଆଦିଲ୍ଲୀ: 34 ଥାଇଲାଣ୍ଡ ନାଗରିକଙ୍କୁ ଦଲିଲ ପକ୍ରିୟାରୁ ମୁକ୍ତ କଲେ ଦିଲ୍ଲୀ କୋର୍ଟ । ନିଜାମୁଦ୍ଦିନ ମରକଜର ଏକ ତବଲୀଗ ଜମାତ୍ ମଣ୍ଡଳୀରେ ସାମିଲ ଥିବା ଆରୋପକୁ ସ୍ବୀକାର କରିବା ପରେ 34 ଥାଇଲାଣ୍ଡ ନାଗରିକଙ୍କୁ ଦଲିଲ ପକ୍ରିୟାରୁ ମୁକ୍ତ କରିଛନ୍ତି ଦିଲ୍ଲୀ କୋର୍ଟ ।
ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗଗନଦ୍ବୀପ 34 ଥାଇଲାଣ୍ଡ ନାଗରିକଙ୍କୁ ଦଲିଲ ପକ୍ରିୟାରୁ ମୁକ୍ତ କରିଥିବା ବେଳେ 7 ଜଣ ନାଗରିକଙ୍କୁ ମାମଲା ଚଳାଇବା ଦାବିରେ 6000 ଟଙ୍କା ଜୋରିମାନା ଭରିବାକୁ କହିଛନ୍ତି ।
ଓକିଲ ଆଶିମା ମଣ୍ଡଲା ଥାଇଲାଣ୍ଡ ନାଗରିକଙ୍କ ପ୍ରତିନିଧିତ୍ୱ କରିଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଜୋରିମାନା ପ୍ରଦାନ କରାଯାଇଛି ବୋଲି ମଣ୍ଡଲା କହିଛନ୍ତି । ଏହା ପୂର୍ବରୁ କୋର୍ଟ କହିଥିଲେ ଯେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରେକର୍ଡରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ରହିଛି ।
ଏହାପରେ ଅଦାଲତ ଏହି ମାମଲାକୁ ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ବାରା ଜାରି କରାଯାଇଥିବା 48 ଚାର୍ଜସିଟ ଏବଂ 11 ସପ୍ଲିମେଣ୍ଟାରୀ ଚାର୍ଜସିଟକୁ ନେଇ 41 ଥାଇଲାଣ୍ଡ ଅଭିଯୁକ୍ତଙ୍କୁ ସମନ ଜାରି କରିଥିଲେ ।
ପ୍ରକାଥ ଥାଉକି, ଗତ ମାର୍ଚ୍ଚ ମାସରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିଜାମୁଦ୍ଦିନ ମରକଜ ସମାରୋହରେ ଦେଶ ବିଦେଶରୁ ହଜାର ହଜାର ତବଲିଗ ଜମାତୀ ସାମିଲ ହୋଇଥିଲେ । ଦେଶରେ କୋରୋନା ସଂକ୍ରମଣ ବ୍ୟାପିବାରେ ଦିଲ୍ଲୀ ମରକଜ ଏକ ମୁଖ୍ୟ ଭୂମିକା ତୁଳାଇଥିଲା । ନିକଟରେ ଏହି ମାମଲା ସହ ଜଡିତ ବହୁ ବିଦେଶୀ ନାଗରିକଙ୍କୁ କୋର୍ଟ ଜାମିନ ଦେଇଥିଲେ ।