ETV Bharat / bharat

ଆଜି କୋଭିଡ-19 ଟେଷ୍ଟ କରିବେ କେଜ୍ରିୱାଲ

author img

By

Published : Jun 9, 2020, 8:25 AM IST

କୋଭିଡ-19 ଲକ୍ଷଣ ଦେଖାଦେବା ପରେ ରବିବାର ଠାରୁ ଆଇସୋଲେସନରେ ଅଛନ୍ତି କେଜ୍ରିୱାଲ । ଅଧିକ ପଢନ୍ତୁ...

ଆଜି କୋଭିଡ-19 ଟେଷ୍ଟ କରିବେ ଦିଲ୍ଲୀ ସିଏମ କେଜ୍ରିୱାଲ

ନୂଆଦିଲ୍ଲୀ: ଜ୍ବର ଓ ଗଳା ଯନ୍ତ୍ରଣା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କରିବେ କୋଭିଡ-19 ପରୀକ୍ଷା । ଗତ ରବିବାର ଠାରୁ ସେ ଜ୍ବରରେ ପୀଡିତ ଅଛନ୍ତି । ନିଜକୁ ଆଇସୋଲେସନରେ ରଖିଛନ୍ତି ଦିଲ୍ଲୀ ସିଏମ ।

ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ଗତ ରବିବାର ଠାରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ସହ କାହାକୁ ଭେଟି ନଥିଲେ କେଜ୍ରିୱାଲ । ତେବେ ବିଗତ କିଛି ଦିନ ମୁଖ୍ୟମନ୍ତ୍ରୀ କେତେକ ବୈଠକରେ ଯୋଗ ଦେବାକୁ ସଚିବାଳୟକୁ ଯାଇଥିଲେ ।

ରବିବାର ଅପରାହ୍ନରେ ଅନଲାଇନ ଯୋଗେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, ସହର-ରାଜ୍ୟ ଖୋଲାଯିବା ସହ ଜୁନ 8ରୁ ରେସ୍ତୋରାଁ, ମଲ, ଧର୍ମାନୁଷ୍ଠାନ ଖୋଲାଯିବ । ଏହା ସହିତ ସେ କହିଥିଲେ, ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କୁ କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ ।

ସୂଚନାଯୋଗ୍ୟ, ଲକଡାଉନ କୋହଳ ହେବା ପର ଠାରୁ ଦିଲ୍ଲୀରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ସୋମବାର ଗୋଟିଏ ଦିନରେ 1007 ଟି ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା 30 ହଜାର ନିକଟରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.