ଡେରାଡୁନ: ସମଗ୍ର ଦେଶରେ କୋରୋନା ସ୍ଥିତି ସଙ୍ଗୀନ ହେବାକୁ ବସିଲାଣି । ସମସ୍ତେ ନିଜ ନିଜ ସ୍ତରରେ କୋରୋନା ମହାମାରୀ ସଙ୍କଟର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି । ଏହା ମଧ୍ୟରେ ଉତ୍ତରାଖଣ୍ଡ ରୁର୍କୀ ସ୍ଥିତ ଆଇଆଇଟିରେ ରିସର୍ଚ୍ଚରମାନଙ୍କର ଏକ ଟିମ୍ ଷ୍ଟେରିଲାଇଜିଂ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ସେହିପରି ପ୍ରଫେସର ସୌମିତ୍ର ଶତପଥୀଙ୍କ ନେତୃତ୍ୱରେ ଇଣ୍ଟିଗ୍ରେଟେଡ୍ ନାନୋଫୋଟୋନିକ୍ସ ଆଣ୍ଡ ବାୟୋମେଟ୍ରିଆଲ୍ ଲାବୋରେଟୋରୀ ଏକ ଡିସଇନଫେକ୍ସନ ବକ୍ସ ପ୍ରସ୍ତୁତ କରିଛନ୍ତି । ଯାହା ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ଇତ୍ୟାଦି ପାଇଁ ବ୍ୟବହୃତ ହୁଏ ।
ୟୁନିସେଭିୟର ନାମକ ଏହି ବାକ୍ସରେ ମେଟାଲ-ଆବୃତ ସ୍ୱତନ୍ତ୍ର ଭାବରେ ଉଚ୍ଚ ପ୍ରତିଫଳିତ ଜୋମେଟ୍ରିକ ଲଗାଯାଇଛି । ଯାହା ୟୁଭିସି ଆଲୋକର ଏକ କାଲିବ୍ରେଟେଡ୍ ନିଷ୍କାସନ କରିବା ସହ ବ୍ୟକ୍ତିଗତ ଜିନିଷକୁ ସାନିଟାଇଜ କରିବ । ଏହି ବାକ୍ସରେ ସ୍ୱଦେଶୀ ବିକଶିତ ମେଟାଲ ଅକ୍ସାଇଡ୍ ସହ ହର୍ବାଲ୍ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଭାଇରାଲ୍ ସ୍ତରର ମାଇକ୍ରୋ କୋଟିଂ କରାଯାଇଛି । ଯାହା ୟୁଭିସି ଆଲୋକ ବ୍ୟବହାର ନହେବା ସମୟରେ ମାଇକ୍ରୋ ଅର୍ଗାନ୍ସଗୁଡିକର ବୃଦ୍ଧିକୁ ରୋକିଥାଏ ।
ଆଇଆଇଟି ରୁର୍କୀରେ ପଦାର୍ଥ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ସୌମିତ୍ର ଶତପଥୀ କହିଛନ୍ତି, କୋରୋନା ମହାମାରୀ ମଧ୍ୟରେ ରୋଗର ସଂକ୍ରମଣ ବିପଦକୁ ହ୍ରାସ କରିବା କରି ସ୍ୱଚ୍ଛତା ବଜାୟ ରଖିବା ଉପରେ ଏହି ଷ୍ଟେରିଲାଇଜିଂ ସିଷ୍ଟମ ଗୁରୁତ୍ୱାରୋପ କରିଛି। ଏହି ସିଷ୍ଟମ ସ୍ବଚ୍ଚତା ବଜାୟ ରଖିବା ପାଇଁ ମଲ୍, ସିନେମା ହଲ୍ ଭଳି ସର୍ବସାଧାରଣ ସ୍ଥାନରେ ସହଜରେ ବ୍ୟବହାର କରାଯାଇପାରିବ।