ETV Bharat / bharat

ଭାରତ-ଚୀନ ବିବାଦ, ଆମେରିକା ପ୍ରତିପକ୍ଷଙ୍କ ସହ କଥାହେବେ ପ୍ରତିରକ୍ଷା ମନ୍ତ୍ରୀ - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆମେରିକା ପ୍ରତିପକ୍ଷଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିବେ । ଏହି ବାର୍ତ୍ତାଳାପରେ ଭାରତ-ଚୀନ ବିବାଦକୁ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

ଭାରତ-ଚୀନ ବିବାଦ, ଆମେରିକା ପ୍ରତିପକ୍ଷଙ୍କ ସହ କଥାହେବେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Jun 30, 2020, 11:32 AM IST

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆମେରିକା ପ୍ରତିପକ୍ଷଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିବେ । ଏହି ବାର୍ତ୍ତାଳାପରେ ଭାରତ-ଚୀନ ବିବାଦକୁ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଭାରତ-ଚୀନ ସୀମାରେ ଦେଖାଦେଇଥିବା ବିବାଦ ଉପରେ ଦୁହେଁ ଆଲୋଚନା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତାଙ୍କର ଆମେରିକା ପ୍ରତିପକ୍ଷ ମାର୍କ ଏସପରଙ୍କ ସହିତ ଫୋନ ଯୋଗେ କଥା ହେବେ । ଏଥିରେ ଏଲଏସିରେ ଦେଖାଦେଇଥିବା ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେପଟେ ସୀମା ବିବାଦକୁ ସମାଧାନ କରିବାକୁ ଆଜି ଦିନ 10.30ରେ ଭାରତ ଓ ଚୀନ ମଧ୍ୟରେ ତୃତୀୟ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ଦୁଇ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା ।

ସୂଚନାଥାଉକି, ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ଲଦାଖରେ ଜୁନ 15 ତାରିଖରେ 20 ଜଣ ଯବାନ ଶହୀଦ ହୋଇଥିଲେ । ଏହାପରେ ସୀମା ବିବାଦକୁ ସମାଧାନ ପାଇଁ ଉଭୟ ଦେଶ ପକ୍ଷରୁ ବାରମ୍ବାର ଆଲୋଚନା କରାଯାଉଛି ।

ସେପଟେ ଏପରି ସ୍ଥିତିରେ ଗତକାଲି ଭାରତ ସରକାର ଚୀନର 59ଟି ଆପ୍‌କୁ ଦେଶରେ ବ୍ୟାନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.