ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧକ୍ଷତାର ଶୁକ୍ରବାର ନୂଆଦିଲ୍ଲୀରେ ପ୍ରତିରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚୀନ ସୀମାରେ ଚରମ ଉତ୍ତେଜନା ଲାଗିରହିଥିବା ବେଳେ ଏହି ବୈଠକର ମହତ୍ତ୍ବ ଢେର ବଢିଯାଇଛି।
ଏଥିରେ ସିଡିଏସ ମୁଖ୍ୟ ବିପିନ ରାୱତ୍ ଓ ତିନିସେନାର ମୁଖ୍ୟ ଯୋଗ ଦେଇଥିଲେ। ତେବେ ଏହି ବୈଠକ ପରେ ରାଜନାଥ ସିଂ ଏରୋ ଇଣ୍ଡିଆ 2020 ପ୍ରଦର୍ଶନୀ ପାଇଁ ଏକ ୱେବସାଇଟ୍ ଲଞ୍ଚ କରିଛନ୍ତି।
ପ୍ରକାଶ ଯେ, ଆସନ୍ତା ବର୍ଷ 3ରୁ ସାତ ଫେବୃୟାରୀ ମଧ୍ୟରେ ଏରୋ ଇଣ୍ଡିଆ ପ୍ରଦର୍ଶନୀ ବାଙ୍ଗଲୁରୁରେ ଅନୁଷ୍ଠିତ ହେବ। ବେଙ୍ଗାଲୁର ସ୍ଥିତି ୟାଲାହାନକା ଏୟାର ଫୋର୍ସ ଷ୍ଟେସନରେ 13 ତମ ଏରୋ ଇଣ୍ଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେବ।
-
Delhi: Defence Minister Rajnath Singh launches website of Aero India 2021 which is scheduled for 3-7 February 2021. pic.twitter.com/2PWYAUHYFx
— ANI (@ANI) September 11, 2020 " class="align-text-top noRightClick twitterSection" data="
">Delhi: Defence Minister Rajnath Singh launches website of Aero India 2021 which is scheduled for 3-7 February 2021. pic.twitter.com/2PWYAUHYFx
— ANI (@ANI) September 11, 2020Delhi: Defence Minister Rajnath Singh launches website of Aero India 2021 which is scheduled for 3-7 February 2021. pic.twitter.com/2PWYAUHYFx
— ANI (@ANI) September 11, 2020
ପୂର୍ବରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଥିବା ବେଳେ ଆଜି ୱେବସାଇଟ୍ ଲଞ୍ଚ କରି କୋରୋନା ମହାମାରୀ କାଳରେ ଏହି ପ୍ରଦର୍ଶନୀକୁ ନେଇ ଲାଗିରହିଥିବା ଆଶଙ୍କା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ଦେଶର ଅଂଶଗ୍ରହଣକାରୀ ସାମିଲ ହେଲେ। ତେବେ ଅଲମ୍ପିକ୍ ଓ ୱାର୍ଲ୍ଡକପ୍ ଘୁଞ୍ଚିବା ପରେ କୋରୋନା ସମୟରେ ଏହା ଅନ୍ୟତମ ବଡ ପ୍ରଦର୍ଶନ ହେବ।