ETV Bharat / bharat

ମାନହାନୀ ଓ ଗଣତନ୍ତ୍ର

ରାଜନୈତିକ ନେତାମାନେ ଜନସାଧାରଣଙ୍କ ଅସନ୍ତୋଷକୁ ଦମନ ପାଇଁ ଆଇନର ଅପବ୍ୟବହାର ଜାରି ରଖିଛନ୍ତି ! ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ମାନହାନୀ ଆଇନରେ ସଂସ୍କାର ଆବଶ୍ୟକ । ଅଧିକ ପଢନ୍ତୁ..

DEFAMATION AND DEMOCRACY
ମାନହାନୀ ଓ ଗଣତନ୍ତ୍ର
author img

By

Published : May 28, 2020, 8:57 PM IST

ମତଭେଦ ଆମ ଗଣତନ୍ତ୍ରର ଏକ ମୌଳିକ ବୈଶିଷ୍ଟ୍ୟ । ଭାରତର ସମ୍ବିଧାନ ବିରୋଧୀ ଦଳର ନେତାଙ୍କୁ ଏକ ବିଧିଗତ ପଦବୀ ପ୍ରଦାନ କରି ଏହା ଉପରେ ଗୁରୁତ୍ୱାରୋପ କରିଛି । ରାଜନୈତିକ ଦଳର ଯେଉଁ ସଦସ୍ୟମାନେ ସମ୍ବିଧାନ ପାଳନ କରିବାକୁ ଶପଥ କରନ୍ତି; ସେମାନେ ନିର୍ବାଚିତ ହେବା ଦିନଠାରୁ ସମସ୍ତ ନିର୍ଦ୍ଦେଶନାମାକୁ ସମ୍ପୂର୍ଣ୍ଣ ଭୂଲି ଯାଉଛନ୍ତି । ଉପନିବେଶକାରୀ ମାଲିକମାନଙ୍କ ଦ୍ୱାରା ଗଠିତ ମାନହାନୀ ଆଇନକୁ ବ୍ୟବହାର କରି ବର୍ତ୍ତମାନର ଶାସକମାନେ ଗଣମାଧ୍ୟମର ସ୍ୱାଧୀନତାକୁ ଦମନ କରୁଛନ୍ତି । ଚତୁର୍ଥ ସ୍ତମ୍ଭର ସ୍ୱାଧୀନତାକୁ ହଟାଇବା ପାଇଁ ସରକାରଙ୍କ ଉଦ୍ୟମକୁ ନିକଟରେ ମାଡ଼୍ରାସ ହାଇକୋର୍ଟ ନିନ୍ଦା କରିଥିଲେ । ଯେଉଁମାନେ ସରକାରଙ୍କୁ ବିରୋଧ କରୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଇବାକୁ ସରକାର କ’ଣ କୋର୍ଟଙ୍କ ନିର୍ଦ୍ଦେଶକୁ ଧ୍ୟାନ ଦେବେ ?

DEFAMATION AND DEMOCRACY
ମାନହାନୀ ଓ ଗଣତନ୍ତ୍ର

ଜୟଲଳିତାଙ୍କୁ ତାମିଲନାଡ଼ୁର ପୁରାଚି ଥାଲାଇଭି (ବିପ୍ଳବୀ ନେତା) କୁହାଯାଏ, ଯାହାକି ଏହାର ପ୍ରତିଶୋଧ ରାଜନୀତି ପାଇଁ ବେଶ୍ପ ରିଚିତ । ଜର୍ଣ୍ଣାଲ, ନ୍ୟୁଜ ଚ୍ୟାନେଲ ଏବଂ ମିଡ଼ିଆ କର୍ମଚାରୀ ଯେଉଁମାନେ ତାଙ୍କ ଭୂଲ କାମକୁ ପ୍ରକାଶ କରୁଥିଲେ ସେମାନଙ୍କୁ ଦମନ କରିବା ପାଇଁ ସେ କୁଖ୍ୟାତ ଥିଲେ । ୨୦୧୧ରୁ ୨୦୧୩ ମଧ୍ୟରେ ତାମିଲନାଡ଼ୁ ସରକାର ଦିଗ୍ଦ ହିନ୍ଦୁ, ନାଖେରାନ, ଟାଇମ୍ସ ଅଫ୍ ଇଣ୍ଡିଆ, ଦିନାମାଲାର, ତାମିଲ ମୁରାସୁ, ମୁରାସୋଲି ଏବଂ ଦିନାକରନଙ୍କ ବିରୋଧରେ ୨୫ରୁ ଅଧିକ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଚେନ୍ନାଇରେ କଲେରା ନିୟନ୍ତ୍ରଣ କରିବାରେ କ୍ଷମତାରେ ଥିବା ସରକାରଙ୍କ ଅବହେଳା ବିରୋଧରେ ଡିଏମକେ ବିରୋଧ ପ୍ରଦର୍ଶନ କରିଥିବାରୁ ଏଆଇଏଡ଼ିଏମକେ କାର୍ଯ୍ୟକର୍ତ୍ତାମାନେ ନାଖେରାନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ ।

ଜଷ୍ଟିସ୍ ଅବଦୁଲଙ୍କ ରାୟ ଅନୁସାରେ ସରକାରୀ କର୍ମଚାରୀ ଏବଂ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବ୍ୟକ୍ତିଗତ କୁତ୍ସାରଟନା ପାଇଁ ମାନହାନୀ ଆଇନର ଅପବ୍ୟବହାର କରିବା ଉଚିତ ନୁହେଁ । ଜଷ୍ଟିସ୍ ଅବଦୁଲଙ୍କ ଏହି ରାୟ ନେତାମାନଙ୍କୁ ଏକ ଜାଗ୍ରତ ସୂଚନା ଭାବରେ ଆସିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ କର୍ମଚାରୀ ଏବଂ ନିର୍ବାଚିତ ପ୍ରତିନିଧୀମାନେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ । ତେଣୁ, ସେମାନେ ସମାଲୋଚନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବା ଆବଶ୍ୟକ । ନାଗରିକଙ୍କ ସମାଲୋଚନା ଉପରେ ସରକାର ପିତାମାତାଙ୍କ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ହାଇକୋର୍ଟଙ୍କ ଦେଇଥିବା ପରାମର୍ଶ ପ୍ରଶଂସନୀୟ । ବିଚାରପତି ଯତ୍ନର ସହ ପରାମର୍ଶ ଦେଇଛନ୍ତି ଯେ ଅପରାଧିକ ପ୍ରକୃତିର ମାନହାନୀ ମାମଲାଗୁଡ଼ିକର ମୁକାବିଲା କରିବାରେ ରାଜ୍ୟ ସରକାରଙ୍କୁ ଅଧିକ ସଂଯମ ଏବଂ ପରିପକ୍ୱ କରାଯିବା ଉଚିତ ।

ସୋସିଆଲ ମିଡ଼ିଆ ଯୁଗରେ, ମାନହାନୀ ମକଦ୍ଦମା ବୃଦ୍ଧି ନ ହେଲେ ରାଜ୍ୟ ଅଦାଲତ ଅଧିକ ଅନ୍ୟ ମାମଲା ତୁଟାଇବା କାର୍ଯ୍ୟ କରିପାରିବେ ବୋଲି ଆଶା କରିବା ଯୁକ୍ତିଯୁକ୍ତ । ଜଷ୍ଟିସ ଅବଦୁଲଙ୍କ ରାୟରେ ଆଉ ଏକ ମୁଖ୍ୟ ଦିଗ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେ ଦର୍ଶାଇଛନ୍ତି ଯେ ଧାରା ୧୯୯ (୨) ଅନୁଯାୟୀ ଯଦିଓ ଅନେକ ବ୍ୟକ୍ତି ଏବଂ ନିଗମ ବିରୋଧରେ ମାମଲା ରୁଜୁ କରାଯାଇଛି; ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅପବାଦ ବିଷୟରେ କୌଣସି କଥା ଉଲ୍ଲେଖ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ଅବହେଳାକୁ ସମାଲୋଚନା କରିବା ଅସମ୍ମାନ ନୁହେଁ । ତେବେ, ଏଆଇଏଡ଼ିଏମକେର ନିଷ୍ପତ୍ତି ଅନୁଯାୟୀ ତାମିଲନାଡ଼ୁ ସରକାର ୨୦୧୨ ଏବଂ ୨୦୨୦ ମଧ୍ୟରେ ୨୨୬ଟି ମାନହାନୀ ମକଦ୍ଦମା ଦାୟର କରିଛନ୍ତି । ୨୦୧୬ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜଣାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବାର କାରଣ ସମ୍ପର୍କରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଦୁଇ ବର୍ଷ ପୂର୍ବେ କଂଗ୍ରେସ ନେତା କେ.କେ ମିଶ୍ର ଅଭିଯୋଗ କରିଥିଲେ ଯେ ଶିବରାଜ ସିଂ ଚୌହ୍ୱାନଙ୍କ (ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ) ପତ୍ନୀଙ୍କ ସମ୍ପର୍କୀୟଙ୍କୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀ ଦିଆଯାଇଛି ଏବଂଭ୍ୟାପମ୍ ଦୁର୍ନୀତିରେ ଅଭିଯୁକ୍ତଙ୍କ ସହ ସ୍ଥାନୀୟ ବିଜେପି ସରକାର ଯୋଗାଯୋଗରେ ଅଛନ୍ତି । ଫଳସ୍ୱରୂପ, ଏହି ଘଟଣାର ମାନହାନୀ ମାମଲାରେ ମିଶ୍ରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ସତ୍ୟପାଠର ନିରପେକ୍ଷ ଭାବରେ ମୂଲ୍ୟାଙ୍କନ କରିବାରେ ଓକିଲଙ୍କ ବିଫଳତାକୁ ବିରୋଧ କରି ସୁପ୍ରିମକୋର୍ଟ ଏହି ମାମଲାକୁ ଖଣ୍ଡନ କରିଛନ୍ତି । ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଚୌହ୍ୱାନ ଏବଂ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ମାମଲା ଦାୟର କରିବାକୁ କହିଥିଲେ ଏବଂ ବ୍ୟକ୍ତିଗତ କାରଣରୁ ମାନହାନୀ ଆଇନ ବ୍ୟବହାର ନକରିବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ସରକାରଙ୍କୁ ସମାଲୋଚନା କରି ଚାରିଟି ମାନହାନୀ ମାମଲାର କ୍ରୋଧର ସମ୍ମୁଖୀନ ହୋଇଥିବା କେଜ୍ରିୱାଲ ସୁପ୍ରିମକୋର୍ଟରେ ଏହି ଆଇନର ସାମ୍ବିଧାନିକ ଆଧାରକୁ ଚ୍ୟାଲେଞ୍ଜ କରିଛନ୍ତି । ସେହିଭଳି କେଜ୍ରିୱାଲ ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ ତାଙ୍କ ସରକାରଙ୍କ ପ୍ରତିଷ୍ଠାକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ଆଇନ ଅନୁଯାୟୀ ମାନହାନୀ ମକଦ୍ଦମା ଦାୟର କରାଯିବ । ବାସ୍ତବରେ ସର୍ବୋଚ୍ଚ ନ୍ୟାୟାଳୟ ନିଜେ କେଜ୍ରିୱାଲଙ୍କର ଏହା ଦୋ ମୁହାଁ ନୀତି ବୋଲି କହିଥିଲେ ।

ଆମେରିକା, ବ୍ରିଟେନ ଏବଂ ଶ୍ରୀଲଙ୍କା ଭଳି ଅନେକ ଦେଶ ସେମାନଙ୍କ ସମ୍ବିଧାନରୁ ଅପରାଧିକ ଓ ମାନହାନୀ କାରକ ଆଇନକୁ ପ୍ରତ୍ୟାହାର କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଭାରତ ଏହାକୁ ବଜାୟ ରଖିବାକୁ ଚାହିଁଥିଲା । ଯଦିଓ ବ୍ୟକ୍ତିଗତ କୁତ୍ସାରଟନା ପାଇଁ ଏହାର ଅପବ୍ୟବହାର ବିରୋଧରେ ସୁପ୍ରିମକୋର୍ଟ ଚେତାବନୀ ଦେଇଛି, କିନ୍ତୁ ରାଜନୈତିକ ନେତାମାନେ ଜନସାଧାରଣଙ୍କ ଅସନ୍ତୋଷକୁ ଦମନ କରିବା ପାଇଁ ଆଇନର ଅପବ୍ୟବହାର ଜାରି ରଖିଛନ୍ତି । ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ମାନହାନୀ ଆଇନରେ ସଂସ୍କାର ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.