ETV Bharat / bharat

ଲକଡାଉନ ପ୍ରଭାବ: ଧୈର୍ଯ୍ୟ ଧରନ୍ତୁ ଚାକିରିଆ - lockdown effect on Job

ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: ଧୈର୍ଯ୍ୟ ରଖନ୍ତୁ ଚାକିରିଆ
ଲକଡାଉନ ପ୍ରଭାବ: ଧୈର୍ଯ୍ୟ ରଖନ୍ତୁ ଚାକିରିଆ
author img

By

Published : May 1, 2020, 8:46 PM IST

ହାଇଦ୍ରାବାଦ: କୋଭିଡ 19 ପାଇଁ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି ଭାବେ ଉପସ୍ଥିତ ହୋଇଛି । ଏନେଇ ସମସ୍ତେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏପରିକି ଅର୍ଥନୀତିରେ ମଧ୍ୟ ଦେଶ ବିପୁଳ କ୍ଷତି ସହିଛି । ଆଉ ଏପରି ପରିସ୍ଥିତି କାରଣରୁ ବେକାରୀ ସମସ୍ୟା ମଧ୍ୟ ଦେଖାଦେଇଛି । କେବଳ ଭାରତ ନୁହେଁ ଲକଡାଉନ କାରଣରୁ ସମଗ୍ର ବିଶ୍ବ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ବ୍ୟବସାୟ ବନ୍ଦ ହୋଇଛି । ଦରମା ହ୍ରାସ କରାଯାଉଛି । ଏପରିକି କର୍ମଚାରୀଙ୍କୁ ବରଖାସ୍ତ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ଭୟଙ୍କର ପରିସ୍ଥିତିରେ ଲୋକମାନେ ବହୁତ ଚାପଗ୍ରସ୍ତ ମଧ୍ୟ ରହୁଛନ୍ତି । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ଘଟିଛି ତେବେ ସାବଧାନ ଏସବୁ ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରିପାରେ । ତେଣୁ ବର୍ତ୍ତମାନ ଏପରି ସମୟରେ ଆପଣଙ୍କ କେବଳ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ହେବ ।

ଯଦି ଆପଣ COVID 19 ହେତୁ ଚାକିରୀ ହରାନ୍ତି ତେବେ କଣ କରିବେ?

ଏଭଳି ସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ କାରଣ ଏପରି କରିବା ଦ୍ବାରା ଆପଣଙ୍କ କାମ ଫେରି ଆସିବ ନାହିଁ ବରଂ ଏହା ଆପଣଙ୍କୁ ଅଧିକ ଚିନ୍ତାଗ୍ରସ୍ତ କରାଇବ । ତେଣୁ, ଶାନ୍ତ ରହିବା ସହ ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରିବେ ସେ ବିଷୟରେ ଚିନ୍ତା କରନ୍ତୁ ।

- ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ । କେବଳ ଅତ୍ୟାବଶ୍ୟକ ସାମଗ୍ରୀରେ ହିଁ ନିଜ ଅର୍ଥ ଖର୍ଚ୍ଚ କରନ୍ତୁ ।

- ଏପରି ସମୟରେ ଯଦି ଆପଣଙ୍କୁ ନିଜ ବନ୍ଧୁ କିମ୍ବା ପରିବାରର ସାହାଯ୍ୟ ଦରକାର ହୁଏ ତେବେ ଏଥିପାଇଁ ଲଜ୍ଜିତ ଅନୁଭବ କରନ୍ତୁ ନାହିଁ । ପରିସ୍ଥିତି ସୁଧୁରିବା ପରେ ଆପଣ ତାଙ୍କ ସାହାଯ୍ୟ ଫେରାଇ ଦେବେ ।

- ନୂତନ ଚାକିରୀ ପାଇଁ ଯୋଜନା କରନ୍ତୁ । ଲକଡାଉନ ଶେଷ ହେବା ମଧ୍ୟରେ ନିଜକୁ ଇଣ୍ଟରଭ୍ୟୁର ସମ୍ମୁଖୀନ କରାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

- ସମାନ ପ୍ରୋଫାଇଲରେ ଚାକିରୀ ମିଳିବା କଷ୍ଟକର ହୋଇପାରେ । ତେଣୁ ସମସ୍ତ କ୍ଷେତ୍ରରେ ଚାକିରୀ ପାଇଁ ଧୈର୍ଯ୍ୟ ରଖନ୍ତୁ ।

- ଆପଣ ଏହି ସମୟକୁ ନିଜ ପାଇଁ ବ୍ୟବହାର କରିପାରିବେ । ତେଣୁ ଆପଣଙ୍କ ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ହେବାକୁ ଏହି ସମୟ ମଧ୍ୟରେ ସଠିକ୍ ଭାବରେ ବିଶ୍ରାମ ନିଅନ୍ତୁ ।

- ଏହାସହ ନିଜକୁ କାର୍ଯ୍ୟରେ ବ୍ୟସ୍ତ ରଖିବା ପାଇଁ ଆପଣ ଏକ ଛୋଟ ପାର୍ଟ ଟାଇମ୍ ଫ୍ରିଲାନ୍ସିଂ ଚାକିରୀ ପାଇଁ ମଧ୍ୟ ଆବେଦନ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.