ETV Bharat / bharat

ଜମ୍ମୁ ଓ କାଶ୍ମୀରରେ ଡିଡିସିର ତୃତୀୟ ପର୍ଯ୍ୟାୟ ନିର୍ବାଚନ; ଭୋଟ ଦେଲେ ପାକିସ୍ତାନୀ ଶରଣାର୍ଥୀ - ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନ

ଜମ୍ମୁ ଓ କାଶ୍ମୀରରେ ଡିଡିସିର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ
ତୃତୀୟ ପର୍ଯ୍ୟାୟ ନିର୍ବାଚନ
author img

By

Published : Dec 4, 2020, 12:02 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି)ର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି । ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଛି । ନିର୍ବାଚନରେ ମୋଟ 305 ଜଣ ପ୍ରାର୍ଥୀଙ୍କୁ ଭୋଟ ଦେବେ 7.37 ଲକ୍ଷ ଭୋଟର । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କିଛି ସ୍ଥାନରେ ପ୍ରଥମ ଥର ପାଇଁ ପାକିସ୍ତାନୀ ଶରଣାର୍ଥୀ ଭୋଟ ଦେବାକୁ ସୁଯୋଗ ପାଇଥିବାରୁ ଖୁସି ମନାଉଥିବା ଦେଖିବାକୁ ମିଳିଛି ।

କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ମତଦାନ ପ୍ରକ୍ରିୟା ଚାଲିଛି । ସାମାଜିକ ଦୂରତା ରକ୍ଷା କରି ଭୋଟ ଦେଉଛନ୍ତି ଜନତା । ମତଦାନ ପାଇଁ ବୁଥଗୁଡିକରେ ସାନିଟାଇଜର ସହିତ ଥର୍ମାଲ ସ୍କାନର ଓ ଫେସ ମାସ୍କର ବ୍ୟବସ୍ଥା କରାଯାଇଛି ।

ତେବେ ଡିଡିସି ନିର୍ବାଚନ ସହିତ ପଞ୍ଚାୟତ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନ ନଭେମ୍ବର 28ରୁ ଆରମ୍ଭ ହୋଇଥିବାବେଳ ଡିସେମ୍ବର 19 ତାରିଖ ଯାଏ ଆଠଟି ପର୍ଯ୍ୟାୟରେ ଚାଲିବ । ଡିସେମ୍ବର 22 ତାରିଖରେ ଭୋଟ ଗଣତି ହେବ ।

ତୃତୀୟ ପର୍ଯ୍ୟାୟରେ ସମୁଦାୟ 33ଟି ଆସନରେ ନିର୍ବାଚନ ହେଉଛି । ସେଥିମଧ୍ୟରୁ କାଶ୍ମୀରର 16ଟି ଓ ଜମ୍ମୁର 17ଟି ଆସନ ରହିଛି । ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ଏହା ଦିନ 2ଟା ପର୍ଯ୍ୟନ୍ତ ଚାଲିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ 305 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । 252 ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ 53 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ଅନ୍ୟପଟେ 126ଟି ଆସନରେ ସରପଞ୍ଚ ଉପନିର୍ବାଚନ ହେଉଛି । ଯେଉଁଥିରେ 40ଟି ସରପଞ୍ଚ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.