ଶ୍ରୀନଗର: ଆଖି ବୁଜିଲେ କୋରୋନା ଯୋଦ୍ଧା । କୋଭିଡ19ରେ ସଂକ୍ରମିତ ହୋଇ ସିଆରପିଏଫର ଏଏସଆଇଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କାଶ୍ମୀରର କୁଲଗ୍ରାମରେ ସେ କାର୍ଯ୍ୟ କରୁଥିଲେ । ଫଳରେ ଏପର୍ଯ୍ୟନ୍ତ କୋରୋନାରେ 12 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସିଆରପିଏଫ ପକ୍ଷରୁ ସୂଚନା ମିଳିଛି ।
ଜମ୍ମୁକାଶ୍ମୀରରେ 10,513 କୋରୋନା ଆକ୍ରାନ୍ତ ରହିଥିବା ବେଳେ 4,355 ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ 5979 ଜଣ ଆରୋଗ୍ୟ ଲାଭ କରିଛନ୍ତି । ତେବେ, ମୃତ୍ୟୁ ସଂଖ୍ୟା 179ରେ ପହଞ୍ଚିଛି ।
ସୌଜନ୍ୟ @ANI