ରାୟପୁର: ଗୋଟିଏ ବିବାହ ବେଦୀରେ ଦୁଇଜଣଙ୍କୁ ଏକକାଳୀନ ବିବାହ କରିଛନ୍ତି ଜଣେ ସିଆରପିଏଫ ଯବାନ । ବାଗଡୋଲ ଗ୍ରାମପଞ୍ଚାୟତର ଜାଶପୁରରେ ଏପରି ବିବାହ ଦେଖିବାକୁ ମିଳିଛି । ଛତିଶଗଡର ଜଣେ ସିଆରପିଏଫ ଯବାନ ଜଣକ ହେଲେ ଅନିଲ ପଖାର । ସେ ବାରଣାସୀ ଜାସପୁରରେ କାର୍ଯ୍ୟରତ ଅଛନ୍ତି ।
ତେବେ 4 ବର୍ଷ ପୂର୍ବେ ସେ ପଡୋଶୀ ଗାଁର ଜଣେ ଯୁବତୀଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ତାପରେ ସେହି ଗ୍ରାମର ଆଉ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ସେ ପ୍ରେମ କରି ବସିଥିଲେ । ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ଏକାଧୀକ ବିବାହ କରିବା ଆଇନ ସମ୍ମତ ନୁହେଁ । କିନ୍ତୁ ଗୋଟିଏ ବେଦୀରେ 2 ଜଣ ଯୁବତୀଙ୍କ ସହ ସେ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିଛନ୍ତି । ତେବେ ପ୍ରଥମ ସ୍ତ୍ରୀଙ୍କ କୌଣସି ସନ୍ତାନ ନଥିବାରୁ ସେ ଆଉ ଜଣଙ୍କୁ ବିବାହ କରିଥିବା କୁହାଯାଉଛି ।
ବାଗଡୋଲ ଗ୍ରାମପଞ୍ଚାୟତର ସରପଞ୍ଚ ଲାଲଡ ନାଗେସଙ୍କ କହିବା ଅନୁସାରେ, ମୋ ଜୀବନରେ ଏପରି ବିବାହ ପ୍ରଥମ ଥର ପାଇଁ ଦେଖିଲି ।