ETV Bharat / bharat

ଗମ୍ଭୀରଙ୍କ ସମର୍ଥନରେ କ୍ରିକେଟ ଜଗତ

author img

By

Published : May 11, 2019, 11:54 AM IST

ଆପ ପ୍ରାର୍ଥୀ ଆତିଶିଙ୍କ ମର୍ଯ୍ୟାଦାହାନୀ କରିଥିବା ଆରୋପ ବିରୋଧରେ ପୁରା କ୍ରିକେଟ ଜଗତ ଗମ୍ଭୀରଙ୍କ ସମର୍ଥନ କରିଛି । ହରଭଜନ ସିଂହ, ଭିଭିଏସ ଲକ୍ଷ୍ମଣ ଟ୍ବଟ୍ ଯୋଗେ ସମର୍ଥନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରାଜନୀତିରେ ନୂଆ କରି ପାଦ ଦେଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଉପରେ ଆପ ପ୍ରାର୍ଥୀ ଆତିଶିଙ୍କ ମର୍ଯ୍ୟାଦାହାନୀ କରିଥିବା ଆରୋପ ବିରୋଧରେ ପୁରା କ୍ରିକେଟ ଜଗତ ଗମ୍ଭୀରଙ୍କ ସମର୍ଥନ କିରିଛି ।

କ୍ରିକେଟର ହରଭଜନ ସିଂହ ଗମ୍ଭୀରଙ୍କ ସମର୍ଥନ କରିବା ସହିତ ତାଙ୍କ ଉପରେ ଲାଗିଥିବା ଆରୋପକୁ ନେଇ ଆଶ୍ଚର୍ଯ୍ୟ ଥିବା କଥା କହିଛନ୍ତି । ଗୌତମ ମହିଳାଙ୍କ ବିରୋଧରେ କେବେବି ଅପଶବ୍ଦ ପ୍ରୟୋଗ କରିନାହାଁନ୍ତି ବୋଲି ଭଜି ଟ୍ବଟ୍ ଯୋଗେ କହିଛନ୍ତି ।

ଗମ୍ଭୀର ହାରନ୍ତୁ କି ଜିତନ୍ତୁ, କିନ୍ତୁ ସେ କେବେ ମହିଳାଙ୍କ ମର୍ଯ୍ୟାଦାକୁ ହାନୀ ପହଞ୍ଚାଇବା ଭଳି ବ୍ୟକ୍ତି ନୁହଁନ୍ତି ବୋଲି ହରଭଜନ କହିଛନ୍ତି ।

ସେହିପରି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଗମ୍ଭୀରଙ୍କୁ ଦୁଇ ଦଶକରୁ ଜାଣିଥିବାବେଳେ ଗମ୍ଭୀରଙ୍କ ନିଷ୍ଠା, ଚରିତ୍ର ଓ ମହିଳାଙ୍କ ପ୍ରତି ସମ୍ମାନର ସାକ୍ଷୀ ଦେଇ ପାରିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଗମ୍ଭୀର କହିଛନ୍ତି ଯେ, ମୋ ବିରୋଧରେ ଲାଗିଥିବା ଆରୋପ ସତ୍ୟ ପ୍ରମାଣିତ ହେଲେ ଜନତାଙ୍କ ସାମ୍ନାରେ ଫାଶୀ ଲଗାଇ ଦେବି ଆଉ ଯଦି ଏହା ପ୍ରମାଣ ନ ହୋଇପାରେ, ତେବେ କେଜ୍ରିଓ୍ବାଲଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ହେବ ।

Intro:Body:

sds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.