ETV Bharat / bharat

‘ଦେଶରେ କୋରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି’

author img

By

Published : Aug 14, 2020, 11:13 PM IST

ଦେଶରେ କୋରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ।

‘ଦେଶରେ କୋରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି’
‘ଦେଶରେ କୋରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି’

ନୂଆଦିଲ୍ଲୀ: ଦେଶରେ କୋରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଅନୁଷ୍ଠିତ ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ ମହାମାରୀ ବିରୋଧରେ ଯୁଦ୍ଧ ଶୀଘ୍ର ଜିତିବ।

ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପୁନରୁଦ୍ଧାର ହାର ବଢିବ ବୋଲି ମୁଁ କହିଥିଲି, ସେତେବେଳେ ଏହା ମାତ୍ର 9 ପ୍ରତିଶତ ଥିଲା । ସେବେଠାରୁ ପ୍ରତିଦିନ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଦିନକୁ ଦିନ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି ବୋଲି ସେ କହିଛନ୍ତି।

କୋରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ବିଷୟରେ ସେ କହିଛନ୍ତି, ‘ଗତକାଲି ଆମେ 8 ଲକ୍ଷରୁ ଅଧିକ ପରୀକ୍ଷା କରିଥିଲୁ, ଯାହା ଏପ୍ରିଲ ତୁଳନାରେ ବେଶ ଅଧିକ ରହିଛି । ଏପ୍ରିଲରେ ଆମେ ମାତ୍ର 6 ହଜାର ପରୀକ୍ଷା କରିଥିଲୁ। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଆମର କୋରୋନା ଯୋଦ୍ଧାମାନେ ବହୁତ ସଂଘର୍ଷ କରୁଛନ୍ତି । ଆଗାମୀ ଦୁଇ ମାସ ମଧ୍ୟରେ ପରିସ୍ଥିତି ଆହୁରି ଭଲ ହେବ ବୋଲି ମୁଁ ନିଶ୍ଚିତ।’

ଦେଶରେ ଶୁକ୍ରବାର 64,553 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 1,007 ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ସହିତ ଦେଶର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ଯା 24 ଲକ୍ଷ 61ହଜାର 191କୁ ବୃଦ୍ଧି ପାଇଛି । ଏଥିରେ 6 ଲକ୍ଷ 61ହଜାର 5ଶହ 95 ସକ୍ରିୟ ମାମଲା ରହିଥିବା ବେଳେ 17ଲକ୍ଷ 51ହଜାର 5ଶହ 56 ଜଣ ଡିସଚାର୍ଜ ହୋଇଛନ୍ତି । ସେହିପରି 48 ହଜାର 40ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.