ETV Bharat / bharat

ଜମ୍ମୁ-କାଶ୍ମୀରରେ ସର୍ବ କନିଷ୍ଠ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା - ଜାମ୍ମୁ-କାଶ୍ମୀରରେ ସର୍ବ କନିଷ୍ଠ ବ୍ୟକ୍ତିଙ୍କ କୋରୋନା ଜନିତ ମୃତ୍ୟୁ

ଉତ୍ତର କାଶ୍ମୀରର କୁପୱାଡା ଲୋଲାବ ଅଞ୍ଚଳର ଜଣେ ସର୍ବ କନିଷ୍ଠ 27 ବର୍ଷ ବୟସ୍କ ଆକ୍ରାନ୍ତଙ୍କ ମଙ୍ଗଳବାର ଦିନ କୋରୋନାରେ ମୃତ୍ୟୁ ହୋଇଛି । ଏବେ ଜମ୍ମୁ-କାଶ୍ମୀରରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 33ରେ ପହଞ୍ଚିଛି । ଏଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀରରେ ସର୍ବ କନିଷ୍ଠ ବ୍ୟକ୍ତିଙ୍କ କୋରୋନା ଜନିତ ମୃତ୍ୟୁ, ସର୍ବମୋଟ 33କୁ ବୃଦ୍ଧି

author img

By

Published : Jun 3, 2020, 3:59 PM IST

ଶ୍ରୀନଗର: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ମହାମାରୀ କୋରୋନା । ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାର ପ୍ରତିକାର ପାଇଁ କୌଣସି ମେଡ଼ିସିନ ବାହାରି ନଥିବାରୁ ଏନେଇ ସମସ୍ତେ ଚିନ୍ତିତ । ଏପଟେ ଉତ୍ତର କାଶ୍ମୀରର କୁପୱାଡାର ଲୋଲାବ ଅଞ୍ଚଳର ଜଣେ ସର୍ବକନିଷ୍ଠ 27 ବର୍ଷ ବୟସ୍କ ଆକ୍ରାନ୍ତଙ୍କ ମଙ୍ଗଳବାର ଦିନ କୋରୋନା ଜନିତ ମୃତ୍ୟୁ ହୋଇଛି । ଏବେ ଜମ୍ମୁ-କାଶ୍ମୀରରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 33ରେ ପହଞ୍ଚିଛି ।

ମୃତକ ଜଣକ ଜୁନ 1 ତାରିଖରେ ନିଶ୍ବାସ ପ୍ରଶ୍ବାସରେ ଯନ୍ତ୍ରଣା ଏବଂ ଦ୍ୱିପାକ୍ଷିକ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଫଳରେ ଆଡମିଶନର ଏକ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସରକାରୀ ମେଡିକାଲ କଲେଜ ଶ୍ରୀନଗରର COVID-19ର ନୋଡାଲ ଅଫିସର ଡ. ସଲିମ ଖାନ କହିଛନ୍ତି । ଏହାପୂର୍ବରୁ କନିଷ୍ଠ ପୀଡିତା ଫତେହ କଦଲ ଶ୍ରୀନଗରର 29 ବର୍ଷ ବୟସ୍କା ମହିଳା ଯିଏକି ଦୀର୍ଘ ଦିନ ଧରି ଜୀବନ ଯୁଦ୍ଧ ସହ ସଂଗ୍ରାମ କରିବା ପରେ ଗତ ମେ 18 ରେ ସିଟି ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ।

ସୂଚନା ଏବଂ ଜନସମ୍ପର୍କ ବିଭାଗର ଏକ ବିବୃତ୍ତିରେ କୁହାଯାଇଛି ଯେ, 117 ଟି ନୂଆ କୋରୋନା ମାମଲା ମଧ୍ୟରୁ 40 ଟି ଜମ୍ମୁ ଡିଭିଜନ ଏବଂ 77 ଟି କାଶ୍ମୀର ଡିଭିଜନରୁ ଚିହ୍ନଟ । ସମୁଦାୟ 953 ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି। ସର୍ବମୋଟ ମୃତ୍ୟୁ ସଂଖ୍ୟା 33 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.