ETV Bharat / bharat

ଇଣ୍ଡିଆ ଗେଟରେ କୋରୋନା ଗାଇଡଲାଇନ ପାଳନ ନ କଲେ 5ଶହ ଫାଇନ

ରାଜଧାନୀର ଇଣ୍ଡିଆ ଗେଟ୍‌ର ଲନ୍‌ରେ ଏକାଠି ହୋଇ ସାମାଜିକ ଦୂରତା ତଥା ମାସ୍କ ପିନ୍ଧିବା ପରି ନିୟମକୁ ପାଳନ କରୁନଥିବା ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଅଧିକ ପଢନ୍ତୁ...

ଇଣ୍ଡିଆ ଗେଟରେ କୋରୋନା ଗାଇଡଲାଇନ ପାଳନ ନ କଲେ 5ଶହ ଫାଇନ
ଇଣ୍ଡିଆ ଗେଟରେ କୋରୋନା ଗାଇଡଲାଇନ ପାଳନ ନ କଲେ 5ଶହ ଫାଇନ
author img

By

Published : Aug 17, 2020, 12:15 AM IST

ନୂଆଦିଲ୍ଲୀ: ରାଜଧାନୀର ଇଣ୍ଡିଆ ଗେଟ୍‌ର ଲନ୍‌ରେ ଏକାଠି ହୋଇ ସାମାଜିକ ଦୂରତା ତଥା ମାସ୍କ ପିନ୍ଧିବା ପରି ନିୟମକୁ ପାଳନ କରୁନଥିବା ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।

କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାପାଇଁ ରବିବାର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା । ଏଥିରେ 25 ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କୋରୋନା ସଂକ୍ରମଣ ରୋକିବାକୁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବରଖମ୍ବା ରୋଡର ସହକାରୀ ପୋଲିସ କମିଶନର ରାଜେନ୍ଦର ଦୁବେ ପ୍ରକାଶ କରିଛନ୍ତି ।

ପ୍ରଥମେ ମାଇକ ଜରିଆରେ ଏହି ନିୟମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା ବୋଲି ସହକାରୀ ପୋଲିସ କମିଶନର ପ୍ରକାଶ କରିଛନ୍ତି । ଏହା ସହ ଯେଉଁମାନେ ଏଥିପ୍ରତି ଧ୍ୟାନ ଦେଇନାହାଁନ୍ତି ଓ ନିୟମ ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ 500 ଟଙ୍କା ଲେଖାଁଏ ଜୋରିମାନା ଆଦାୟ କରାଯାଇଛି ବୋଲି ଏସିପି ସୂଚନା ଦେଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.