ETV Bharat / bharat

ପରୀକ୍ଷା ବୃଦ୍ଧି କାରଣରୁ ଦିଲ୍ଲୀରେ ବଢୁଛି କୋରୋନା ମାମଲା: ସତ୍ୟେନ୍ଦ୍ର ଜୈନ

ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା ପରୀକ୍ଷା ଚାରିଗୁଣ ଅଧିକ କରାଯାଉଥିବାରୁ କୋରୋନା ମାମଲା ବୃଦ୍ଧି ପାଉଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି ।

author img

By

Published : Sep 17, 2020, 6:45 PM IST

ପରୀକ୍ଷା ବୃଦ୍ଧି କାରଣରୁ ଦିଲ୍ଲୀରେ ବଢୁଛି କୋରୋନା ମାମଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା ପରୀକ୍ଷା ଚାରିଗୁଣ ଅଧିକ କରାଯାଉଥିବାରୁ କୋରୋନା ମାମଲା ବୃଦ୍ଧି ପାଉଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରୀକ୍ଷଣ ବୃଦ୍ଧି କାରଣରୁ କୋରୋନା ମାମଲା ଆହୁରି 10 ରୁ 15 ଦିନ ବଢିପାରେ । ଏହା ପଜେଟିଭ ମାମଲାକୁ ଅଲଗା କରିବାରେ ସାହାଯ୍ୟ କରିବ । ଏଥିସହ ଜାତୀୟ ରାଜଧାନୀ ଉପରେ ଭଲ ପ୍ରଭାବ ପକାଇବ ।

ଏହାଛଡା ସେ କହିଛନ୍ତି, ଦିଲ୍ଲୀରେ ବର୍ତ୍ତମାନ 14,521 ବେଡ୍ ଉପଲବ୍ଧ ଅଛି । ତନ୍ମଧ୍ୟରୁ 50 ପ୍ରତିଶତ ବେଡ ଦଖଲ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଥିବା କିଛି ବଡ ଘରୋଇ ମେଡିକାଲକୁ 80 ପ୍ରତିଶତ ଆଇସିୟୁ ବେଡ ରିଜର୍ଭ କରି ରଖିବାକୁ କୁହାଯାଇଛି ।

ପ୍ରକାଶ ଥାଉକି, ଦିଲ୍ଲୀରେ ଗତ 24 ଘଣ୍ଟାରେ 4,473 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଦିଲ୍ଲୀରେ 24 ଘଣ୍ଟାରେ 62,553 କୋରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପଜେଟିଭ ମାମଲା ମାତ୍ର 7.15 ଥିଲା। ସେହିପରି ରାଜ୍ୟରେ ଗତ 10 ଦିନ ମଧ୍ୟରେ ମୃତ୍ୟୁହାର 0.7 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.