ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି କୋରୋନା ଭାଇରସ । ଏହାରି ଭିତରେ ବିଶ୍ବରେ କୋରୋନା ଟିକା ପରିକ୍ଷଣ ଦ୍ରୁତ ଗତିରେ ବଢିଛି । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଠାରୁ ଆରମ୍ଭ କରି ଦେଶର ଭାରତ ବାୟୋଟେକ୍ ପର୍ଯ୍ୟନ୍ତ ସମସ୍ତେ କୋରୋନା ମୁକାବିଲା ନେଇ ଟିକା ବିକଶିତ ପାଇଁ ଅଣ୍ଟା ଭିଡିଛନ୍ତି ।
ଦେଶରେ ସ୍ବେଦେଶୀ କୋରୋନା ଟିକା କୋଭ୍ୟାକ୍ସିନ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ସହଯୋଗରେ ପ୍ରସ୍ତୁତ ହେଉଛି। ଏହି ଟିକାର ପରୀକ୍ଷା ଆରମ୍ଭ ହୋଇସାରିଛି। ଏନେଇ ଆଇସିଏମଆର ସାରା ଦେଶରୁ 12ଟି ଚିକିତ୍ସା ସୁବିଧା ଚୟନ କରିଛି । ଯେଉଁଠାରେ ଭଲ୍ୟୁଣ୍ଟରମାନଙ୍କୁ ଏହି ଟିକା ଦିଆଯିବ।
ଦିଲ୍ଲୀ ଏମ୍ସ: ଜାତୀୟ ରାଜଧାନୀରେ ହୋଇଥିବା ପରୀକ୍ଷଣରେ ଶୁକ୍ରବାରଲ ପ୍ରଥମ ଭଲ୍ୟୁଣ୍ଟରଙ୍କୁ ଟୀକାକରଣ କରାଯାଇଥିଲା। ଏମ୍ସରେ ଜଣେ 33 ବର୍ଷୀୟ ବ୍ୟକ୍ତିଙ୍କୁ କୋଭ୍ୟାକ୍ସିନ ଡୋଜ ଦିଆଯାଇଥିଲା । ତେବେ ପ୍ରାୟ 10 ଜଣଙ୍କୁ ପ୍ରଥମେ ଟିକାକରଣ କରାଯିବ । ଯାହାର ରିପୋର୍ଟ ଏଥିକ୍ସ କମିଟିକୁ ପଠାଯିବ। ସେମାନେ ଅନୁମୋଦନ କରିବା ପରେ ଅନ୍ୟମାନଙ୍କୁ ଟିକାକରଣ କରାଯିବ।
ଚେନ୍ନାଇର ଏସଆରଏମ ମେଡିକାଲ କଲେଜ ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର: ଗତ ଗୁରୁବାର 2 ଜଣ ଭଲ୍ୟୁଣ୍ଟରଙ୍କୁ ଏଠାରେ ଟିକାକରଣ କରାଯାଇଥିଲା । ଗୁରୁବାର ଠାରୁ ଠିକ୍ 14 ଦିନ ଏହି ଲୋକଙ୍କୁ ଅନ୍ୟ ଏକ ଡୋଜ ଦିଆଯିବ ।
ପାଟନା ଏମ୍ସ: ପାଟନା ଏମ୍ସ ପକ୍ଷରୁ 18 ଜଣ ଭଲ୍ୟୁଣ୍ଟରଙ୍କୁ ଚୟନ କରାଯାଇଛି । ଗତ ଜୁଲାଇ 15ରେ 11 ଜଣ ଭଲ୍ୟୁଣ୍ଟରଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିଲା । 29 ଜୁଲାଇରେ ସେମାନଙ୍କୁ ଅନ୍ୟ ଡୋଜ ଦିଆଯିବ ।
ହାଇଦ୍ରାବାଦ ନିଜାମ ଇନଷ୍ଟିଚ୍ୟୁଟ ଫ ମେଡିକାଲ ସାଇନ୍ସ: ଗତ ସୋମବାର ଦୁଇଅ ଜଣ ଭଲ୍ୟୁଣ୍ଟରଙ୍କୁ ଏହି ଟିକା ଦିଆଯାଇଥିଲା । ଅନ୍ୟ ଟିକାକୁ ଶନିବାର ଅର୍ଥାତ୍ ଆଜି ଦିଆଯିବ । ମୋଟ 60 ଜଣ ଭଲ୍ୟୁଣ୍ଟରଙ୍କୁ ଏହି ଟିକାକରଣ କରାଯିବ ବୋଲି ନିମ୍ସ ନିଷ୍ପତ୍ତି ନେଇଛି ।
ଗୋଆ ରେଡକର ମେଡିକାଲ: ଶନିବାର ଏହି ମେଡିକାଲରେ 11 ଜଣ ଭଲ୍ୟୁଣ୍ଟରଙ୍କୁ ଏହି ଟିକାର ପ୍ରଥମ ଡୋଜ ଦିଆଯିବ । ମୋଟ 50 ଜଣ ଭଲ୍ୟୁଣ୍ଟର ଏହି ଟିକାକରଣରେ ଭାଗନେବେ ।
ନାଗପୁର ଗିଲୁରକର ମଲ୍ଟିସ୍ପେଶାଲିଟି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର: ଏହି ମେଡିକାଲରେ 10 ଜଣ ଭଲ୍ୟୁଣ୍ଟରଙ୍କୁ ଚୟନ କରାଯାଇଛି । ଚଳିତ ମାସ ଶେଷରେ ସେମାନଙ୍କୁ ଏହି ଟିକାର ପ୍ରଥମ ଡୋଜ ଦିଆଯିବ ।
ଭୁବନେଶ୍ବର ସମ୍ ହସ୍ପିଟାଲ: ଜୁଲାଇ 20ରେ 60 ଜଣ ପ୍ରାର୍ଥୀଙ୍କର ସ୍କ୍ରିନିଂ ଆରମ୍ଭ ହୋଇଛି । ଚଳିତ ମାସ ଶେଷରେ ସେମାନଙ୍କୁ ଟିକାର ପ୍ରଥମ ଡୋଜ ଦିଆଯିବ ।
କର୍ଣ୍ଣାଟକ ଜୀବନ ରେଖା ମେଡିକାଲ: ପାଖାପାଖି 200 ଭଲ୍ୟୁଣ୍ଟରଙ୍କୁ ସର୍ଟଲିଷ୍ଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଟିକା ଦିଆଯିବ ।
ଗୋରଖପୁର ରାଣା ମେଡିକାଲ: ଟିକା ଏପର୍ଯ୍ୟନ୍ତ ମେଡିକାଲ ଆସିନାହିଁ ।
କାନପୁର ପ୍ରଖର ମେଡିକାଲ: ଟିକା ଏପର୍ଯ୍ୟନ୍ତ ମେଡିକାଲ ଆସିନାହିଁ ।
ବିଶାଖାପାଟନା କିଙ୍ଗ ଜର୍ଜ ମେଡିକାଲ: ଆନ୍ଧ୍ରପ୍ରଦେଶ ମେଡିକାଲ ଏଡୁକେସନ ଅଧ୍ଯକ୍ଷଏପର୍ଯ୍ୟନ୍ତ ଏନେଇ ଅନୁମତି ଦେଇନାହାନ୍ତି ।