ETV Bharat / bharat

ଦୁର୍ନୀତିମୁକ୍ତ ଶାସନ ଏବଂ ନିଷ୍ପକ୍ଷ ବିକାଶ ହିଁ ମୋର ଲକ୍ଷ୍ୟ: ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ଶାସନକୁ ହିଁ ତାଙ୍କ ପ୍ରଶାସନ ପ୍ରାଥମିକତା ପ୍ରଦାନ କରେ ବୋଲି ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଦିନ କହିଛନ୍ତି ।

ଦୁର୍ନୀତିମୁକ୍ତ ଶାସନ ଏବଂ ନିଷ୍ପକ୍ଷ ବିକାଶ ହିଁ ମୋର ଲକ୍ଷ୍ୟ

author img

By

Published : Oct 16, 2020, 3:38 PM IST

ଶ୍ରୀନଗର: ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ଶାସନକୁ ହିଁ ତାଙ୍କ ପ୍ରଶାସନ ପ୍ରାଥମିକତା ପ୍ରଦାନ କରେ ବୋଲି ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଦିନ କହିଛନ୍ତି । ଶ୍ରୀନଗରର ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିହ୍ନା କହିଲେ, “ସରକାରଙ୍କୁ ଅଧିକ ଉତ୍ତରଦାୟୀ ଏବଂ ଲୋକଙ୍କ ନିକଟରେ ଉପଲବ୍ଧ କରାଇବା ପାଇଁ ଗତ ଦୁଇ ମାସ ଭିତରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଗାଁ ଓ ସହରରେ ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କୌଣସି ପ୍ରକାର ଭେଦଭାବ ବିନା 20ଟି ଯାକ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ କରାଇବା ହିଁ ମୋର ପ୍ରଥମ ଲକ୍ଷ୍ୟ ।”

ସେ ଆହୁରି କହିଲେ, “ଅନ୍‌ଲାଇନରେ କୋଠାବାଡ଼ି ନିର୍ମାଣ ପାଇଁ ଅନୁମତି, ଠିକାଦାରମାନଙ୍କର ବକେୟା ବିଲ୍‌ ଏବଂ ଅନ୍ୟାନ୍ୟ ଦେୟ ପ୍ରଦାନ ଭଳି ସରକାରୀ କାର୍ଯ୍ୟକୁ ତୁରନ୍ତ ଏବଂ ନିର୍ବିଘ୍ନରେ ସଂପାଦିତ କରାଇବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ମୁଁ ସୁନିଶ୍ଚିତ କରାଇବି । ଜାମ୍ମୁ ଓ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତୀତ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ମଧ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାମ ଆଗେଇ ନେବାକୁ ପ୍ରୟାସ କରୁଛନ୍ତି । ସାଧାରଣ ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଏହି ସାର୍ବଜନୀନ ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହିଥିଲା । ଏମିତିକି ସେଥିରୁ କେତେକ ପ୍ରକଳ୍ପ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟକାରୀ ହୋଇପାରି ନଥିଲା ।”

ନିକଟରେ ଉଦ୍‌ଯାପିତ ‘ବ୍ୟାକ୍‌ ଟୁ ଭିଲେଜ୍‌’ (B2V) କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ସେ କହିଲେ, “ଭିନ୍ନ ଭିନ୍ନ 285ଟି ସ୍ଥାନରେ ‘ବ୍ଲକ୍‌ ଦିବସ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ସେଥିରେ ପ୍ରାୟ 4.5 ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ‘ବ୍ୟାକ୍‌ ଟୁ ଭିଲେଜ୍‌’ର ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ମୋଟ 13,765ଟି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ଏବଂ ଆଉ 5.980ଟି କାର୍ଯ୍ୟ ହାତକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପଞ୍ଚାୟତକୁ 4,440ଟି କ୍ରୀଡ଼ା ଉପକରଣ କିଟ୍‌ ବଣ୍ଟନ କରାଯାଇଥିଲା, ପରିଚ୍ଛନ୍ନତାର ପ୍ରସାର ଲାଗି 3,959ଟି ଡଷ୍ଟ୍‌ବିନ୍‌ ସ୍ଥାପନ କରାଯାଇଥିଲା ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ 2,430ଟି ପରିବାରକୁ ବାସଗୃହ ପ୍ରଦାନ କରାଯାଇଥିଲା ।

ସେ ଆହୁରି କହିଲେ, “ଏହି କାର୍ଯ୍ୟକ୍ରମ ଅବସରରେ 4,25,258ଟି ଅଧିବାସ ପ୍ରମାଣପତ୍ର, 45,327 ବର୍ଗ ପ୍ରମାଣପତ୍ର ଏବଂ 51,097ଟି ଜନ୍ମ/ମୃତ୍ୟୁ/ଅକ୍ଷମତା ପ୍ରମାଣପତ୍ର ଜାରି କରାଯିବା ସହିତ ବହୁସଂଖ୍ୟକ ସାମାଜିକ କଲ୍ୟାଣମୂଳକ ଭତ୍ତା ମଞ୍ଜୁର କରାଯାଇଥିଲା ।” ବିଭିନ୍ନ ସହରରେ ସାଧାରଣ ଲୋକଙ୍କ ସହ ସରକାରଙ୍କ ସଂପର୍କ ସ୍ଥାପନ ଯୋଜନା ସଂପର୍କରେ ଘୋଷଣା କରି ସେ କହିଲେ, “ଅକ୍‌ଟୋବର 19 ତାରିଖରୁ ପ୍ରଶାସନ ପକ୍ଷରୁ ‘ମାଇଁ ଟାଉନ୍‌ ମାଇଁ ପ୍ରାଇଡ୍‌’ ବା ‘ମୋ ସହର ମୋ ଗର୍ବ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଆମର ତିନିଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି- ସହରର ଲୋକଙ୍କ ସହ ସଂପର୍କ ସ୍ଥାପନ, ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସଶକ୍ତ କରାଇବା ଏବଂ ସରକାରୀ ସେବାକୁ ଲୋକଙ୍କ ଘରେ ପହଞ୍ଚାଇବା । ଅଭିଯୋଗ ସ୍ଥଳରେ ହିଁ ଅଭିଯୋଗର ଶୁଣାଣି ଓ ସମାଧାନ, ସାଧାରଣ ଲୋକଙ୍କୁ ତାତ୍‌କାଳିକ ସରକାରୀ ସେବା ପ୍ରଦାନ ଏବଂ ବାସ୍ତବ କ୍ଷେତ୍ରରେ ଲୋକାଭିମୁଖୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରିବା ନିମନ୍ତେ ମୁଁ ପ୍ରୟାସ କରିଆସୁଛି ।”

ଦୀର୍ଘ କାଳରୁ ପଡ଼ି ରହିଥିବା 44ଟି ପ୍ରକଳ୍ପର କାମ ସେପ୍‌ଟେମ୍ବର ମାସରେ ହିଁ ଶେଷ ହୋଇଛି ବୋଲି ଘୋଷଣା କରିବା ସହ ଆଉ 1798ଟି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଲକ୍ଷ୍ୟରେ ତ୍ବରାନ୍ବିତ କରାଯାଇଛି ବୋଲି ସେ କହିଥିଲେ । ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆମେ ପ୍ରଥମ । ଆମେ 1,392 କିଲୋମିଟର ରାସ୍ତା କାମ ଶେଷ କରିସାରିଲୁଣି ଏବଂ ଏଥିରୁ ସର୍ବାଧିକ କାମ ଜୁନ୍‌ 1ରୁ ଅକ୍‌ଟୋବର 15 ମଧ୍ୟରେ ହିଁ ସଂପନ୍ନ ହୋଇଛି । ସେ କହିଲେ, “କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ନିମନ୍ତେ ଗତ ଦୁଇ ମାସ ଭିତରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ନିର୍ବିଘ୍ନରେ ଅମଳ ପ୍ରକ୍ରିୟା ସଂପାଦନ ନିମନ୍ତେ ପ୍ରତି ପଞ୍ଚାୟତକୁ ଆମେ ମାଗଣାରେ “ଥ୍ରେସର” ବା ଶସ୍ୟ ପୃଥକୀକରଣ ମେସିନ୍‌ ବଣ୍ଟନ କରୁଛୁ । ଆଗ୍ରହୀ କୃଷକମାନଙ୍କୁ ରିହାତି ଦରରେ 500ଟି ଟ୍ରାକ୍‌ଟର ପ୍ରଦାନ ପ୍ରସ୍ତାବ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ।

ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ପ୍ରଦାନ ପାଇଁ ଭିତ୍ତିଭୂମି ସ୍ଥାପନ ନିମନ୍ତେ ବିଭିନ୍ନ ସହର, ନଗର ଓ ରାଜପଥ ପାଖରେ ଆମେ ସ୍ଥାନ ଚିହ୍ନଟ କରୁଛୁ । ଏହାର ଏକ ନିରୂପିତ ମାନକ ସମ୍ବଳିତ ଡିଜାଇନ୍‌ ଓ ସାଧାରଣ ଉଦ୍ଦେଶ୍ୟ ରହିବ ଏବଂ ସାଧାରଣ ବ୍ରାଣ୍ଡିଂ କରାଯିବ । ତିନି ମାସ ଭିତରେ 700-800 ଶୌଚାଳୟ ନିର୍ମାଣକରାଯିବ ବୋଲି ଆମେ ଆଶା ରଖିଛୁ ।” ବ୍ୟବସାୟରେ ସହାୟତା ପାଇଁ ଋଣ ପ୍ରଦାନ ସଂପର୍କରେ ସେ କହିଲେ, “ଏ ପର୍ଯ୍ୟନ୍ତ 1,317 ଜଣ ଋଣଗ୍ରହୀତାଙ୍କୁ 47.90 କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଅଭିନୟ କଳାକାରମାନଙ୍କୁ ମଧ୍ୟ ଆମେ ମାସିକ 1,000 ଟଙ୍କା ହିସାବରେ (ନଅ ମାସ ପାଇଁ) ସହାୟତା ପ୍ରଦାନ କରୁଛୁ ଏବଂ ଏ ବାବଦରେ ସରକାର ଅନ୍ୟୂନ 1.8 କୋଟି ଟଙ୍କା ଖର୍ଚ୍ଚ କରିବେ; ସେହିଭଳି ଶାକରୱାଲା, କର୍ମୀ ଏବଂ ହାଉସ୍‌ ବୋଟ୍‌ର ଗାଇଡ୍‌ମାନଙ୍କୁ ଆମେ ମାସିକ 1,000 ଟଙ୍କା ସହାୟତା ଦେଉଛୁ ଏବଂ ଏ ବାବଦରେ ସରକାର 11.95 କୋଟି ଟଙ୍କା ଖର୍ଚ୍ଚ କରିବେ; ବିଶ୍ବ ମହାମାରୀ ଯୋଗୁଁ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଡ୍ରାଇଭର, କ୍ଲିନର୍‌ମାନଙ୍କୁ ମଧ୍ୟ ମାସିକ 1,000 ଟଙ୍କା ହିସାବରେ ଛଅ ମାସ ପର୍ଯ୍ୟନ୍ତ ଦିଆଯିବ ଏବଂ ଏ ବାବଦରେ ସରକାର 80 କୋଟି ଟଙ୍କା ଖର୍ଚ୍ଚ କରିବେ; ପୁରୁଣା ବସ୍‌ ବଦଳରେ ନୂଆ ବସ୍‌ କିଣିବାକୁ ଚାହୁଁଥିବା ପରିବହନକାରୀଙ୍କୁ ଆମେ 50% ସବ୍‌ସିଡି କିମ୍ବା 5 ଲକ୍ଷ ଟଙ୍କାରୁ ଯେଉଁଟି କମ୍‌ ହେବ, ସେହି ସହାୟତା ପ୍ରଦାନ କରୁଛୁ । ଏହି ସହାୟତା ପାଇଁ ଆମେ ପ୍ରାୟ 25 କୋଟି ଟଙ୍କା ଖର୍ଚ୍ଚ କରୁଛୁ ।”

ସ୍ବାସ୍ଥ୍ୟସେବା କ୍ଷେତ୍ର ସଂପର୍କରେ ସିହ୍ନା କହିଲେ, “2009ରେ ଗଣ୍ଡେରବାଲରେ ଆରମ୍ଭ ହୋଇଥିବା 200 ଶଯ୍ୟା ବିଶିଷ୍ଟ ଜିଲ୍ଲାସ୍ତରୀୟ ହସ୍‌ପିଟାଲ ଏବଂ 2012ରେ ବେମିନାରେ ଆରମ୍ଭ ହୋଇଥିବା 500 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଶିଶୁରୋଗ ହସ୍‌ପିଟାଲ କାମ ଅନାବଶ୍ୟକ ଭାବେ ବିଳମ୍ବିତ ହୋଇଥିଲା । ଆମେ ଏହି ଦୁଇଟି ପ୍ରକଳ୍ପ କାମ ତ୍ବରାନ୍ବିତ କରିବା ସହ ଉଭୟ ହସ୍‌ପିଟାଲକୁ ଆସନ୍ତା ମାସରେ ଖୋଲିବା ସୁନିଶ୍ଚିତ କରିଛୁ । 2011ରୁ ମନ୍ଥର ଗତିରେ ଚାଲିଥିବା ଗଣ୍ଡେରବାଲର ୟୁନାନି ହସ୍‌ପିଟାଲ କାମକୁ ଆମେ ତ୍ବରାନ୍ବିତ କରିଛୁ ଏବଂ କେବଳ ଲିଫ୍‌ଟ ଭଳି ଛୋଟମୋଟ କେତେକ କାମ ବାକି ରହିଥିବା ବେଳେ ଏହା ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ ନିମନ୍ତେ ପ୍ରସ୍ତୁତ ହୋଇସାରିଛି ।” “ବିଜୟପୁର (ସାମ୍ବା ଜିଲ୍ଲା)ରେ ‘ଏମ୍‌ସ’ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏହା ଦ୍ବାରା 2022 ଅଗଷ୍ଟ ସୁଦ୍ଧା ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ପରିବର୍ଦ୍ଧିତ ହେବ” ବୋଲି ସେ ସୂଚନା ଦେଇଥିଲେ ।

ସେ ଆହୁରି କହିଲେ, “ଜାମ୍ମୁ ଓ କାଶ୍ମୀରର ଲୋକଙ୍କୁ ଉତ୍ତମ ଗୁଣମାନର ଏବଂ ସହଜରେ ଉପଲବ୍‌ଧ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ । ‘ସେହତ୍‌’ ଶୀର୍ଷକ ଜାମ୍ମୁ ଓ କାଶ୍ମୀର ସ୍ବାସ୍ଥ୍ୟ ବୀମା ଯୋଜନାରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ନାଗରିକଙ୍କୁ ସାମିଲ କରାଯିବ ଏବଂ ‘ଆୟୁଷ୍ମାନ ଭାରତ’ ଯୋଜନାରେ ସାମିଲ ହୋଇ ନଥିବା ଲୋକଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯିବ ।” ଜାମ୍ମୁ ଓ କାଶ୍ମୀରର ସର୍ବବିଧ ବିକାଶ ସଂପର୍କରେ ସେ କହିଲେ, “ଏହି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏହାରଲୋକମାନଙ୍କର ଆର୍ଥିକ ବିକାଶ ନିମନ୍ତେ ସଡ଼କପଥରେ ସଂଯୋଗୀକରଣକୁ ଗୁରୁତ୍ବ ପ୍ରଦାନ କରି ଭାରତ ସରକାର କେତେକ ପ୍ରମୁଖ ସଡ଼କ ନିର୍ମାଣ ପ୍ରକଳ୍ପକୁ ସୁଦୃଢ଼ କରିବା ଉପରେ ଧ୍ୟାନ ନିବେଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଜୀଙ୍କ ଦ୍ବାରା ଜୋଜିଲା ଟନେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ଏକ ଐତିହାସିକ ସଫଳତା ।”

ସେ କହିଲେ, “ସମଗ୍ର ଜାମ୍ମୁ ଓ କାଶ୍ମୀରରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଗକୁ ଆଉ ସାତଟି ଟନେଲ ନିର୍ମାଣ କରାଯିବ । କ୍ବାଜିଗଣ୍ଡ ଓ ବାନିହାଲ ମଧ୍ୟରେ 8450 ମିଟର ଲମ୍ବା ଟ୍ବିନ୍‌-ଟ୍ୟୁବ୍‌ ଟନେଲ ନିର୍ମାଣ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଡିସେମ୍ବର 2021 ସୁଦ୍ଧା ରାମ୍ବାନ ଓ ବାନିହାଲ ମଧ୍ୟରେ 2968 ମିଟର ଲମ୍ବ 6ଟି ସିଙ୍ଗଲ ଟନେଲ୍‌ ରୋଡ୍‌ କାମ ସଂପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି । 2022 ଜୁନ୍‌ ସୁଦ୍ଧା ଖିଲାନିରୁ କିସ୍ତୱାର ମଧ୍ୟରେ ନିର୍ମାଣାଧୀନ 450 ମିଟର ଲମ୍ବା ଟନେଲ କାମ ଶେଷ ହେବ ।” ସେ ଆହୁରି କହିଲେ, “ଚେନ୍ନାନିରୁ ଅନନ୍ତନାଗ ମଧ୍ୟରେ, ଶୁଦ୍ଧମହାଦେବ ନିକଟରେ ପ୍ରସ୍ତାବିତ 4.5 କିଲୋମିଟର ଲମ୍ବା ଟନେଲ ନିର୍ମାଣ ସଂପର୍କରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ଖୁବ୍‌ ଶୀଘ୍ର ଏହାର ନିଲାମ ପ୍ରକ୍ରିୟା ଆରମ୍ଭ ହେବ । 10.20 କିଲୋମିଟର ଲମ୍ବା ସିଂଥାନ ପାସ୍‌ ଟନେଲ ସଂପର୍କରେ 4,600 କୋଟି ଟଙ୍କାର ଏବଂ ଗିଲାନୀ ବାଇପାସ୍‌ ଟନେଲ ନିମନ୍ତେ 350 କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଚୂଡ଼ାନ୍ତ ହୋଇସାରିଛି ଏବଂ 5,400 କୋଟି ଟଙ୍କା ବ୍ୟୟବରାଦ ସମ୍ବଳିତ ଛତ୍ରୁରୁ ଅନନ୍ତନାଗ ଟନେଲ ନିମନ୍ତେ ପ୍ରକଳ୍ପ ରିପୋର୍ଟ ମଧ୍ୟ ଚୂଡ଼ାନ୍ତ ହେବା ସହିତ ଏହାର ନିଲାମ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ । ଏହି ସବୁ ପ୍ରକଳ୍ପ କାମ ଆସନ୍ତା ବର୍ଷ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.