ମୁମ୍ବାଇ: ବର୍ତ୍ତମାନ ସୁଦ୍ଧା ସାରା ଦେଶରେ 2 ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇସାରିଲେଣି । କୋରୋନା ଯୋଗୁଁ 6 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କୋରୋନାର ସର୍ବାଧିକ ବିପଦ ଦେଖାଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 80 ହଜାରରୁ ଅଧିକ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଲୋକଙ୍କ ସେବାରେ ନିୟୋଜିତ କୋରୋନା ଯୋଦ୍ଧାଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବର୍ତ୍ତମାନ ଅଗ୍ରଗତି କରୁଛି, କାରଣ ଏମାନେ କୋରୋନା ସଂକ୍ରମିତଙ୍କ ସହ ସିଧାସଳଖ ସମ୍ପର୍କରେ ଆସୁଛନ୍ତି।
ମହାରାଷ୍ଟ୍ରରେ 24 ଘଣ୍ଟା ମଧ୍ୟରେ ଜଣେ ପୋଲିସ୍ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ 2 ହଜାରରୁ ଅଧିକ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ 33 ଜଣ ପୋଲିସ କର୍ମଚାରୀ କୋରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏପର୍ଯ୍ୟନ୍ତ 2562 ପୋଲିସ କର୍ମଚାରୀ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି।
ଏଥି ସହ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ରାଜ୍ୟରେ କୋରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇଥିବା ପ୍ରତ୍ୟେକ ପୋଲିସର ପରିବାରକୁ 65 ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଦେଶମୁଖ କହିଛନ୍ତି ଯେ ସଂକ୍ରମଣ ହେତୁ ନିହତ ପ୍ରତ୍ୟେକ ପୋଲିସର ପରିବାରର ଜଣେ ସଦସ୍ୟଙ୍କୁ ମଧ୍ୟ ସରକାରୀ ଚାକିରି ଦିଆଯିବ।
ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 82,968 ଜଣ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ 37,390 ରୋଗୀଙ୍କ ଚିକିତ୍ସା ସଫଳ ହୋଇଛି । ଏଥି ସହିତ କୋରୋନା ସଂକ୍ରମଣ ହେତୁ 2969 ଲୋକ ପ୍ରାଣ ହରାଇଛନ୍ତି।