ETV Bharat / bharat

ଭିସିରେ ଡାକ୍ତର ଓ କର୍ମଚାରୀଙ୍କୁ ଠାକରେଙ୍କ ଆଶ୍ବସନା, କହିଲେ ଖୁବଶୀଘ୍ର ହାରିବ କୋରୋନା - medical staff

ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେତୁ ନୂତନ ଆଇସିୟୁ ଓ କ୍ବାରେଣ୍ଟାଇନ ସେଣ୍ଟର ଖୋଲାଯାଉଛି । ଅଧିକ ପଢନ୍ତୁ....

ଭିସିରେ ଡାକ୍ତର ଓ କର୍ମଚାରୀଙ୍କୁ ଠାକରେଙ୍କ ଆଶ୍ବସନା, କହିଲେ ଖୁବଶିଘ୍ର ହାରିବ କୋରୋନା

author img

By

Published : May 24, 2020, 10:33 AM IST

ମୁମ୍ବାଇ: ସମଗ୍ର ଦେଶରେ କୋରୋନା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି । ରାଜ୍ୟରେ ବର୍ତ୍ତମାନ 50 ହଜାର ନିକଟତର ସଂକ୍ରମିତଙ୍କ ସଂଖ୍ୟା । କୋରୋନାର ଏକ ଗଡ଼ରେ ପରିଣତ ହୋଇଥିବା ରାଜଧାନୀ ମହାରାଷ୍ଟ୍ରରେ ପ୍ରତିଦିନ ହଜାର ହଜାର ନୂତନ କୋରୋନା ମାମଲା ରିପୋର୍ଟ ହଉଛି । ଏଥି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଏମସି ଡାକ୍ତରଖାନାର ଡାକ୍ତରୀ କର୍ମଚାରୀ ଏବଂ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ ଏବଂ ମୁମ୍ବାଇରେ ଆଇସିୟୁ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ବୃଦ୍ଧି ପାଉଛି ବୋଲି କହିଥିଲେ । ଏହା ସହ ସେ କହିଛନ୍ତି ଯେ, ଖୁବ ଶୀଘ୍ର ଆମେ କୋରୋନା ଉପରେ ବିଜୟ ହାସଲ କରିବା । ଆଉ ଏହାର ଶ୍ରେୟ ନେବେ ମେଡିକାଲ କର୍ମଚାରୀ ।

ମୁମ୍ବାଇର ପରିସ୍ଥିତି ସମ୍ପର୍କରେ ଡାକ୍ତରୀ କର୍ମଚାରୀଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ 14 ଦିନ ମଧ୍ୟରେ ମୁମ୍ବାଇରେ ସଂକ୍ରମିତଙ୍କ ଦ୍ୱିଗୁଣିତ ହୋଇଛି । ଏଥି ସହିତ, ଆଶ୍ବସ୍ତି ଖବର ହେଉଛି ଯେ କୋରୋନାରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଗତ 2 ମାସ ଧରି ଏହି ଭାଇରସ ବିରୋଧରେ ଯୁଦ୍ଧ ଜାରି ରହିଥିବାବେଳେ ଖୁବ ଶୀଘ୍ର କୋରୋନା ବିସ୍ତାର ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଭରଷା ଦେଇଛନ୍ତି ଠାକରେ । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଅନ୍ୟାନ୍ୟ ବାର୍ତ୍ତା ଉପରେ ନିରନ୍ତର ନଜର ରହିଛି। ଯାହାଙ୍କ ମାଧ୍ୟମରେ କୋରୋନା ସହିତ ଲଢିବା ପାଇଁ ପ୍ରସ୍ତୁତି ଚାଲିଛି ।

ଠାକରେ କହିଛନ୍ତି ଯେ ସରକାର ଅଧିକ ଫିଲ୍ଡ ହସ୍ପିଟାଲ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଏହି ରୋଗ ସହ ଜଡିତ ଚିକିତ୍ସା ନିର୍ମାଣକୁ ବର୍ତ୍ତମାନ ଏକ ସଂଗଠିତ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ବର୍ତ୍ତମାନ ଏହି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମୁମ୍ବାଇରେ ଅଧିକ ଆଇସିୟୁ ଏବଂ କ୍ୟାଣ୍ଟିନ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ରୋଗ ନିୟନ୍ତ୍ରଣ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ସେ କହିଛନ୍ତି ଯେ, ଆଶା କରାଯାଉଛି ଯେ ଏହି କେନ୍ଦ୍ରଗୁଡିକ ବ୍ୟବହାର କରିବାର କୌଣସି ଆବଶ୍ୟକତା ପଡିବନି ।

ମୁମ୍ବାଇରେ ବର୍ଷାର ପୂରୁଣା ଇତିହାସ ରହିଛି, ବର୍ଷା ଋତୁ ଆସୁଛି, ଏହି ସମୟରେ ଡେଙ୍ଗୁ, ଲେପ୍ଟୋ ଭଳି ଅନ୍ୟାନ୍ୟ ରୋଗ ବ୍ୟାପିଥାଏ । କୋରୋନା ସହିତ, ଏହି ରୋଗଗୁଡିକର ପ୍ରତିରୋଧ ପାଇଁ ବିଏମସି ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯିବା ଉଚିତ, ଏହି ନିର୍ଦ୍ଦେଶ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.