ନୂଆଦିଲ୍ଲୀ: କୋଭିଡ୍ 19 ସହ ଲଢିବା ପାଇଁ ଜଣେ ସଶସ୍ତ୍ର ବାହିନୀ ଭାବେ ଆମେ ନିଜର ଦ୍ବାୟିତକୁ ବୁଝିଛୁ। ପ୍ରଥମେ ନିଶ୍ଚିତ ହେବାକୁ ପଡିବ ଯେ ଆମର ସୈନିକ, ନାବିକ ଓ ବିମାନ କର୍ମଚାରୀମାନେ କେତେ ସୁରକ୍ଷିତ ଅଛନ୍ତି। ନଚେତ୍ ଆଗଧାଡିର ସେବାରତ ଅସୁସ୍ଥ ହେଲେ ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସୁସ୍ଥ କିପରି ରଖାଯାଇ ପାରିବ ବୋଲି ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ(ସିଡିଏସ) ବିପିନ ରାୱତ୍ କହିଛନ୍ତି।
ଏହା ହେଉଛି ପ୍ରକୃତ ସମୟ ଯେତେବେଳେ ଏହି ମହାମାରୀ ସହ ଲଢିବାକୁ କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ ଏହି ଅଦୃଶ୍ୟ ଶକ୍ତି ସହ ଆମକୁ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ଲଢି ସମସ୍ୟାକୁ ଦୂର କରିବାକୁ ହେବ ବୋଲି ରାୱତ କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, କୋଭିଡ୍ 19 ସହ ଲଢିବାକୁ ପ୍ରତିରକ୍ଷା ବିଭାଗକୁ ଯାହା ବି ବଜେଟ ମିଳିଛି ତାହାକୁ ଚତୁରତାର ସହ ଏବଂ ଆଗପଛ ବିଚାର କରି ଖର୍ଚ୍ଚ କରିବାକୁ ପଡିବ। କାରଣ ଦେଶର ଏହି ଆର୍ଥିକ ସଙ୍କଟ ସମୟରେ ଆମକୁ ଆର୍ଥିକ ଖର୍ଚ୍ଚକୁ କମାଇବାକୁ ପଡିବ।
ଏହି ମହାମାରୀକୁ ପରାସ୍ତ କରିବାକୁ ଡାକ୍ତର, ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରୁଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ବୈଜ୍ଞାନିକ ମାନେ ଚିକିତ୍ସା ଉପକରଣ ଉତ୍ପାଦନ ପାଇଁ ଲାଗି ପଡିଛନ୍ତି।
''ମୁଁ ଆପଣଙ୍କୁ ଜଣାଇ ବହୁତ ଖୁସି ଯେ ଆମର ସମସ୍ତ ଲୋକ ଆରାଗ୍ୟ ସେତୁ ଆପ୍ଲିକେସନ୍ ଡାଉନଲୋଡ୍ କରିଛନ୍ତି। ଯାହା ଆକ୍ରାନ୍ତ ବିଷୟକେ ଖବର ପାଇବା ମାତ୍ରେ ଆମେ ସେମାନଙ୍କୁ ଚିହ୍ନଟ କରି ପାରିବା । ଆଶା କରାଯାଉଛି କୋଭିଡ୍ ବିସ୍ତାରରେ ଖୁବଶୀଘ୍ର ରୋକ୍ ଲାଗିବ'' ବୋଲି ଜେନେରାଲ୍ ବିପିନ୍ ରାୱତ୍ କହିଛନ୍ତି ।