ETV Bharat / bharat

'ଦିଲ୍ଲୀ ହସ୍ପିଟାଲରେ କମୁଛି ସଂକ୍ରମିତଙ୍କ ସଂଖ୍ୟା, ଘରେ ରହି ଚିକିତ୍ସିତ ହେଉଛନ୍ତି ଲୋକେ' - corona virus

ଦିଲ୍ଲୀରେ ଏବେ କୋରୋନା ସଂକ୍ରମଣ ସଂଖ୍ୟା କମ ହେଉଥିବା ନେଇ ଏକ ଟ୍ବିଟ କରି ଦର୍ଶାଇଛନ୍ତି ସିଏମ କେଜରିଓ୍ବାଲ । ଅଧିକ ପଢନ୍ତୁ...

'ଦିଲ୍ଲୀ ହସ୍ପିଟାଲରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଘରେ ରହି ଚିକିତ୍ସିତ ହେଉଛନ୍ତି ଲୋକେ'

author img

By

Published : Jul 26, 2020, 2:24 PM IST

ନୂଆଦିଲ୍ଲୀ: ଦିନ ଥିଲା ରାଜଧାନୀ ଦିଲ୍ଲୀର ଡାକ୍ତରଖାନା ଗୁଡିକରେ ଶଯ୍ୟା ଖାଲି ନଥିଲା। କୋରୋନା ସଂକ୍ରମିତଙ୍କୁ ଏଠାରୁ ସେଠାକୁ ବୁଲିବାକୁ ପଡୁଥିଲା । ଏପରି ଅବସ୍ଥା ହୋଇଯାଇଥିଲା ଯେ, ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧ ନ ଥିବାରୁ ଅନେକ ଆକ୍ରାନ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଉଥିଲେ। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ କୋଭିଡ ସଂରକ୍ଷିତ ଡାକ୍ତରଖାନାଗୁଡ଼ିକରେ 75% ରୁ ଅଧିକ ଶଯ୍ୟା ଖାଲି ଅଛି।

@ArvindKejriwal
@ArvindKejriwal

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟ୍ବିଟରେ କହିଛନ୍ତି ଯେ, 23 ଜୁନ ତୁଳନାରେ 26 ଜୁଲାଇ ପର୍ଯ୍ୟନ୍ତ ଶଯ୍ୟା ବହୁ ସଂଖ୍ୟାରେ ଖାଲିପଡିଛି । ସେ କହିଛନ୍ତି ଯେ ବର୍ତ୍ତମାନ ବହୁତ କମ ସଂଖ୍ୟକ ଲୋକ ଅସୁସ୍ଥ ହେଉଛନ୍ତି । ଅଧିକାଂଶ ଅସୁସ୍ଥ ଥିବା ଲୋକ ଘରେ ଚିକିତ୍ସିତ ହେଉଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ କେବଳ ଅଳ୍ପ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି । କେଜ୍ରିୱାଲଙ୍କ ଏହି ଟ୍ବିଟରେ ଗ୍ରାଫିକ୍ସ ମଧ୍ୟ ଅଛି । ଏଥିରେ, ମୋଟ ଶଯ୍ୟାର ଫଟୋ, ଡାକ୍ତରଖାନାଗୁଡ଼ିକରେ ଖାଲି ଶଯ୍ୟାର ଚିତ୍ର ଦର୍ଶାଯାଇଛି । ଗ୍ରାଫିକ୍ସ ଅନୁଯାୟୀ, ଜୁଲାଇ 26 ରେ, ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ କୋରୋନା ପାଇଁ ସଂରକ୍ଷିତ 15301 ଶଯ୍ୟା ମଧ୍ୟରୁ କେବଳ 2841 ଶଯ୍ୟାରେ ସଂକ୍ରମିତ ଅଛନ୍ତି । ଆଉ ବାକି 12460ଟି ଶଯ୍ୟା ଖାଲି ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.