ETV Bharat / bharat

ପ୍ଲାଜମା ଥେରାପିରେ କୋଭିଡ ଆକ୍ରାନ୍ତ ସୁସ୍ଥ ଦାବି - କୋଭିଡ ଆକ୍ରାନ୍ତ

ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିଛି ଚିକିତ୍ସିକ ଏହା କୋରୋନା ରୋଗୀଙ୍କୁ ସୁସ୍ଥ କରୁଥିବାର ଦାବି କରିଥିଲେ । ଅଧିକ ପଢନ୍ତୁ...

ପ୍ଲାଜମା ଥେରାପିରେ କୋଭିଡ ଆକ୍ରାନ୍ତ ସୁସ୍ଥ ଦାବି

author img

By

Published : May 22, 2020, 1:02 AM IST

ପୁନେ: ପ୍ଲାଜମା ଥେରାପିକୁ ନେଇ ପୁଣି ନୂଆ ଆଶା ଦେଖାଦେଇଛି । ଏହି ଥେରାପି ଦ୍ବାରା ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଦାବି ହୋଇଛି । ଏପରି ଦାବି କରିଛି ପୁନେର ଏକ ହସ୍ପିଟାଲ ।

ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିଛି ଚିକିତ୍ସିକ ଏହା କୋରୋନା ରୋଗୀଙ୍କୁ ସୁସ୍ଥ କରୁଥିବାର ଦାବି କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହାର ସମ୍ପୂର୍ଣ୍ଣ ପରୀକ୍ଷା କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ । କାରଣ ଏହାଦ୍ବାରା କୋରୋନା ଠିକ ହେବାର ସଠିକ ପ୍ରମାଣ ମିଳିନଥିଲା । ଏହାକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ ଓ ପରୀକ୍ଷା ପରେ ବ୍ୟବହାର କରାଯିବ ବୋଲି ସରକାର କହିଥିଲେ ।

ତେବେ ଗୁରୁବାର ପୁନେର ସାସୁନ ହସ୍ପିଟାଲ ଏହି ଥେରାପି ଦ୍ବାରା ଜଣେ ଆକ୍ରାନ୍ତଙ୍କୁ ଠିକ କରିଥିବାର ଦାବି କରିଛି । ଲଗାତାର 2 ଦିନ ମେ 10 ଓ 11ରେ ଉକ୍ତ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିବାର ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରିଥିଲେ । ତେବେ ବର୍ତ୍ତମାନ ସେ କୋଭିଡ-19 ୱାର୍ଡରୁ ସ୍ଥାନାନ୍ତର ହୋଇ ସାଧାରଣ ୱାର୍ଡରେ ଅଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.