ETV Bharat / bharat

କୋରୋନା ପ୍ରତିକାର: ଆୟୁଷ ମନ୍ତ୍ରଣାଳୟ ଆରମ୍ଭ କଲା ଆୟୁଷ-64ର କ୍ରିନିକାଲ୍ ଟ୍ରାଏଲ

author img

By

Published : Jun 24, 2020, 2:49 PM IST

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ରାଷ୍ଟ୍ରିୟ ଆୟୁର୍ବେଦ ସଂସ୍ଥାନ କୋରୋନାକୁ ନେଇ 4ଟି ଔଷଧ ପ୍ରସ୍ତୁତ କରିଛି । ଏଥିମଧ୍ୟରୁ ଗୋଟିଏ ହେଲା ଆୟୁଷ-64 ।

ଆୟୁଷ ମନ୍ତ୍ରଣାଳୟ ଆରମ୍ଭ କଲା ଆୟୁଷ-64ର କ୍ରିନିକାଲ୍ ଟ୍ରାଏଲ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ରାଷ୍ଟ୍ରିୟ ଆୟୁର୍ବେଦ ସଂସ୍ଥାନ କୋରୋନାକୁ ନେଇ 4ଟି ଔଷଧ ପ୍ରସ୍ତୁତ କରିଛି । ଏଥିମଧ୍ୟରୁ ଗୋଟେ ହେଲା ଆୟୁଷ-64 । ଜୟପୁରର ରାଷ୍ଟ୍ରିୟ ଆୟୁର୍ବେଦ ସଂସ୍ଥାନ ମାଧ୍ୟମରେ ଭାରତ ସରକାର ଆୟୁଷ ମନ୍ତ୍ରଣାଳୟ କୋରୋନା ପଜିଟିଭ୍ ରୋଗୀଙ୍କ ଉପରେ ପ୍ରଥମଥର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି ।

ଏହି କ୍ଲିନିକାଲ୍ ଟ୍ରାଏଲ ଜୟପୁରର ଏକ ଘରୋଇ ହସ୍ପିଟାଲରେ କୋଭିଡ-19 ର ପ୍ରଥମ ପର୍ଯ୍ୟାୟ ରୋଗୀଙ୍କ ଉପରେ କରାଯାଉଛି । ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ କହିଛନ୍ତି ଯେ ପୂର୍ବରୁ ଆମେ ମ୍ୟାଲେରିଆ ପାଇଁ ଏହି ଔଷଧ ଦେଇଥାଉ, କିନ୍ତୁ ଏଥିରେ କିଛି ପରିବର୍ତ୍ତନ ଆସିବା ପରେ ଆମେ ଏହାକୁ କୋରୋନା ରୋଗୀଙ୍କୁ ଦେଉଛୁ।

ରାଷ୍ଟ୍ରିୟ ଆୟୁର୍ବେଦ ସଂସ୍ଥାନ କହିଛି, ଆୟୁଷ-64 ଅଧ୍ୟୟନ କରିବା ପାଇଁ ଆମେ କ୍ଲିନିକାଲ୍ ରିସର୍ଚ୍ଚ ସଂଗଠନକୁ ସାଥିରେ ଯୋଡିଛୁ। ଏହାର ଫଳାଫଳ 3-4 ମାସ ମଧ୍ୟରେ ପ୍ରକାଶ ପାଇବ । ତେବେ ପ୍ରାରମ୍ଭିକ ଫଳାଫଳ ଭଲ ଥିବାର ସେ କହିଛନ୍ତି ।

ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ନିଜ ଔଷଧ ଉପରେ କାମ କରୁଛି ଓ ଜୁଲାଇ ମାସ ସୁଦ୍ଧା ଆୟୁଷ ମନ୍ତ୍ରଣାଳୟ ମଧ୍ୟ କୋରୋନା ଔଷଧ ସହିତ ବଜାରକୁ ଆସିପାରେ। କରୋନିଲ୍ ଔଷଧ ଉପରେ ଆୟୁଷ ମନ୍ତ୍ରୀ କହିଛନ୍ତି ଯେ ବାବା ରାମଦେବ ବିନା ଅନୁମତିରେ ତାଙ୍କ ଔଷଧ ଘୋଷଣା କରିବା ଉଚିତ ନୁହେଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.