ETV Bharat / bharat

ଖାଲି ପଡିଛି ଦିଲ୍ଲୀର କୋରୋନା ହସପିଟାଲ - କୋରୋନା ହସପିଟାଲ

ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ବେଳେ କେତେକ କୋଭିଡ ହସ୍ପିଟାଲ ଖାଲି ପଡିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଖାଲି ପଡିଛି ଦିଲ୍ଲୀର କୋରୋନା ହସପିଟାଲ
ଖାଲି ପଡିଛି ଦିଲ୍ଲୀର କୋରୋନା ହସପିଟାଲ
author img

By

Published : Jul 16, 2020, 5:34 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ବେଳେ କେତେକ କୋଭିଡ ହସ୍ପିଟାଲ ଖାଲି ପଡିଥିବା ଦେଖିବାକୁ ମିଳିଛି । ଜୁନ ମାସରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପ୍ରତିଦିନ ପ୍ରାୟ ତିନି ହଜାର ମାମଲା ରିପୋର୍ଟ କରାଯାଉଥିଲା । ଜୁନ 23ରେ ଏହି ସଂଖ୍ୟା ପ୍ରାୟ ଚାରି ହଜାରରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅନେକ ସ୍ଥାନରେ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ ।

ଖାଲି ପଡିଛି ଦିଲ୍ଲୀର କୋରୋନା ହସପିଟାଲ

ଜୁନ 24ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନା ସମ୍ମୁଖରେ ଥିବା ଶାହାନାଇ କମ୍ୟୁନିଟି ହଲ ପରିଦର୍ଶନ କରିଥିଲେ । 100 ଶଯ୍ୟା ବିଶିଷ୍ଟ ଏହି ହସପିଟାଲରେ ପ୍ରଥମ ପର୍ଯ୍ୟାୟରେ 60 ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଡକ୍ଟରର୍ସ ଫର ୟୁ ଏନଜିଓ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା । ସେବେ ଠାରୁ ଏଠାରେ 200 ଜଣ କୋରୋନା ରୋଗୀ ଚିକିତ୍ସିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଏହା ଖାଲି ପଡିଥିବା ଦେଖିବାକୁ ମିଳିଛି ।

ଖାଲି ପଡିଛି ଦିଲ୍ଲୀର କୋରୋନା ହସପିଟାଲ
ଖାଲି ପଡିଛି ଦିଲ୍ଲୀର କୋରୋନା ହସପିଟାଲ

ଡକ୍ଟରର୍ସ ଫର ୟୁ ଏନଜିଓ ସଂସ୍ଥାର ଚେୟାରମ୍ୟାନ ଡକ୍ଟର ରଜତ ଜେନା ଇଟିଭି ଭାରତ ସହ ଆଲୋଚନା କରିଛନ୍ତି । ରୋଗୀ ନଥିଲେ ମଧ୍ୟ ଏଠାରେ କୋଭିଡ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି । ଏହା ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ସହିତ ବ୍ୟବସ୍ଥିତ ହୋଇଛି । ଆବଶ୍ୟକ ହେବା ମାତ୍ରେ ଆମେ ରୋଗୀଙ୍କୁ ଅଧ ଘଣ୍ଟା ମଧ୍ୟରେ ଏଠାରେ ଆଡମିଶନ କରାଯିବ ବୋଲି ସେ କହିଛନ୍ତି ।

ବୁଧବାର ରାତି ପର୍ଯ୍ୟନ୍ତ ଶାହାନାଇ ହଲରେ ପ୍ରାୟ 20 ଜଣ ରୋଗୀ ଥିଲେ ବୋଲି ଲୋକନାୟକ ଜୟପ୍ରକାଶ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ସୁରେଶ କୁମାର କହିଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବେ ମେଡିକାଲ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି । ପରିଚାଳନା କରୁଥିବା ସଂଗଠନ କମନୱେଲଥ ଗେମ୍ସ ଭିଲେଜରେ ଅନ୍ୟ ଏକ କୋଭିଡ କେୟାର ସେଣ୍ଟର ଚଳାଉଛି । ତେଣୁ ସେମାନଙ୍କ ଅନୁରୋଧ କ୍ରମେ ଆମେ ଏଠାକାର ରୋଗୀମାନଙ୍କୁ ସେଠାକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଲୁ । ତେବେ ଆବଶ୍ୟକ ହେଲେ ଶାହାନାଇ ହଲରେ ରୋଗୀମାନେ ଭର୍ତ୍ତି ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ମୋଟ 1509 ଶଯ୍ୟା ଖାଲି ରହିଛି । ପୂର୍ବରୁ ପ୍ରତିଦିନ ଏଠାରେ 100ରୁ 110 ରୋଗୀ ଭର୍ତ୍ତି ହେଉଥିଲେ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 50-60 ମଧ୍ୟରେ ସୀମିତ ରହିଛି । ଏଥିସହ ଏଠାରେ ମୃତ୍ୟୁସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ଅନ୍ୟପକ୍ଷରେ 2000 ଶଯ୍ୟା ବିଶିଷ୍ଟ ଦିଲ୍ଲୀର ଏହି ଅନ୍ୟତମ ବୃହତ୍‌ କୋରୋନା ହସ୍ପିଟାଲରେ କେବଳ 491 ରୋଗୀ ଭର୍ତ୍ତି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.