ନୂଆଦିଲ୍ଲୀ: କେଜ୍ରିୱାଲ ସରକାରଙ୍କ ବଡ ନିଷ୍ପତ୍ତି । କୋରୋନା ସଙ୍କଟ ସମୟରେ ରାତି 10 ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଖୋଲିବ ମଦ ଦୋକାନ । ସାରା ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଲାଗୁ କରାଯାଇଥିଲା। ଫଳରେ ଦେଶବ୍ୟାପୀ ମଦ ଦୋକାନ ମଧ୍ୟ ରହିଥିଲା । ତେବେ ଲକଡାଉନ କୋହଳ ହେବା ପରେ ରାଜଧାନୀ ଦିଲ୍ଲୀରେ ମଦ ଦୋକାନଗୁଡ଼ିକ କେବଳ ସକାଳ 10 ଟାରୁ 9 ଟା ପର୍ଯ୍ୟନ୍ତ ଖୋଲାଯିବା ପାଇଁ ଅନୁମତି ଦିଆ ଯାଇଥିଲା । କିନ୍ତୁ ଏବେ ରାଜସ୍ୱ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଏବେ ସକାଳ 10 ଟାରୁ ରାତି 10 ଟା ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ ।
ବର୍ତ୍ତମାନ ସହରରେ ମଦ ଦୋକାନ ସକାଳ 10 ଟାରୁ ରାତି 9 ଟା ପରିବର୍ତ୍ତେ ସକାଳ 10 ଟାରୁ ରାତି 10 ଟା ପର୍ଯ୍ୟନ୍ତ ଖୋଲାରହିବ । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ, ଦିଲ୍ଲୀ ସରକାର ଜୁଲାଇ 31, 2020 ରୁ L-6,L-7,L-8,L-9 ଏବଂ L-10 ମଦ ଦୋକାନଗୁଡିକ ବର୍ତ୍ତମାନ ସକାଳ 10 ରୁ 9 ପରିବର୍ତ୍ତେ ସକାଳ 10 ରୁ 10 ଟା ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏହି ପରିସ୍ଥିତି ଆଦାମୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ।
ବର୍ତ୍ତମାନ ଦିଲ୍ଲୀରେ 863 ଟି ମଦ ଦୋକାନ ଅଛି । ସେଥିମଧ୍ୟରୁ 475 ଟି ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ନିଗମ, ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ଏବଂ ଦିଲ୍ଲୀ ଗ୍ରାହକ ସମବାୟ ହୋଲସେଲ ଷ୍ଟୋର୍ ଦ୍ୱାରା ପରିଚାଳିତ । ଅନ୍ୟ ପଟେ, ପ୍ରାୟ 389 ଦୋକାନ ଘରୋଇ ବ୍ୟବସାୟର ଅଟେ ।