ବେଙ୍ଗାଲୁରୁ: ନିର୍ବାଚନରେ ବାରମ୍ବାର ପରାଜୟରେ ବ୍ୟତିବ୍ୟସ୍ତ କଂଗ୍ରେସକୁ କର୍ଣ୍ଣାଟକରେ ଆଶ୍ବସ୍ତି ମିଳିଛି । ରାଜ୍ୟରେ ଡିସେମ୍ବରରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ବିଜୟର ଶୁଭ ସମ୍ବାଦ ନେଇ ଆସିଛି ପୌର ନିର୍ବାଚନ । କର୍ଣ୍ଣାଟକର 9 ଜିଲ୍ଲାରେ ଅନୁଷ୍ଠିତ ପୌର ନିର୍ବାଚନରେ କଂଗ୍ରେସକୁ ବିପୁଳ ସଫଳତା ମିଳିଛି । ବିଜେପିକୁ ପଛରେ ପକାଇ କଂଗ୍ରେସ ସବୁଠାରୁ ବଡ ଦଳ ଭାବରେ ଉଭା ହୋଇଛି । ଏହି ନିର୍ବାଚନରେ କଂଗ୍ରେସ 151 ସିଟରେ ବିଜୟ ଲାଭ କରିଛି ।
ଏହି ନିର୍ବାଚନ 12 ନଭେମ୍ବରରେ ହୋଇଥିଲା । 151ଟି ଆସନ କଂଗ୍ରେସକୁ ମିଳିଥିଲା ବେଳେ ବିଜେପିକୁ 125 ଓ ଜେଡିଏସ୍କୁ 63ଟି ଆସନ ମିଳିଛି । କଂଗ୍ରେସ ରାମନଗର ଓ ଦେବନଗରେ ସବୁଠାରୁ ଅଧିକ ସିଟ୍ରେ ବିଜୟ ମିଳିଛି ।
ତେବେ ଜେଡିଏସ ଚିକବଲ୍ଲପୁରରେ ସର୍ବାଧିକ ସିଟ୍ରେ ବିଜୟ ହାସଲ କରିଥିବା ବେଳେ ବିଜେପି ଦଣିକ୍ଷ କନ୍ନଡ, ଶିବମୋଗା ଓ ବିଲ୍ଲୋରୀରେ ଅଧିକ ସିଟ୍ରେ ବିଜୟୀ ହୋଇଛି ।