ETV Bharat / bharat

ରାଜନେତାଙ୍କୁ ହିଜବୁଲର ଧମକପୂର୍ଣ୍ଣ ଚିଠି, ଥାନାରେ ଏତଲା

ଜାମ୍ମୁ ଓ କାଶ୍ମୀରର ପ୍ରମୁଖ ରାଜନେତାଙ୍କୁ ଟାର୍ରେଟ କରି ଧମକପୂର୍ଣ୍ଣ ଚିଠି ଆସିବା ପରେ ପୋଲିସ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି । ଅଧିକ ପଢନ୍ତୁ...

ରାଜନେତାଙ୍କୁ ହିଜବୁଲର ଧମକପୂର୍ଣ୍ଣ ଚିଠି, ଥାନାରେ ଏତଲା
ରାଜନେତାଙ୍କୁ ହିଜବୁଲର ଧମକପୂର୍ଣ୍ଣ ଚିଠି, ଥାନାରେ ଏତଲା
author img

By

Published : Sep 13, 2020, 6:01 PM IST

ଶ୍ରୀନଗର: କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ଆଉ ଏହି ଚିଠି ପଠାଇଛି ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସମେତ ଜମ୍ମୁ ଓ କାଶ୍ମୀରର ପ୍ରମୁଖ ରାଜନେତାଙ୍କୁ ଟାର୍ରେଟ କରି ଧମକପୂର୍ଣ୍ଣ ଚିଠି ଆସିବା ପରେ ପୋଲିସ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି ।

ଆତଙ୍କବାଦୀ ସଙ୍ଗଠନର ଚିଠି ଏହି ଉର୍ଦ୍ଦୁରେ ଲେଖାଯାଇଛି । ତେବେ ଦୁଇ ପୃଷ୍ଠାର ଚିଠିକୁ ଶୁକ୍ରବାର ଜାମ୍ମୁ ଓ କାଶ୍ମୀର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରମଣ ଭାଲାଙ୍କୁ ପଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ଜାମ୍ମୁର ବରିଷ୍ଠ ପୋଲିସ ଅଧୀକ୍ଷକ ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ ଆମେ ଆଇନ ଅଧିନରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକ ଥିବାରୁ ଭାଲା କହିଛନ୍ତି ଯେ ଚିଠି ପାଇବା ପରେ ସେ ପୋଲିସ ନିକଟରେ ପହଞ୍ଚିଥିଲେ। ଏହି ଧମକକୁ ନେଇ JKNPP ଅଧ୍ୟକ୍ଷ ହର୍ଷ ଦେବ ସିଂ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଏବଂ ଏହା ବିରୋଧୀ ଦଳକୁ ଷଡଯନ୍ତ୍ର କରିବାର ଏକ ପ୍ରୟାସ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.