ETV Bharat / bharat

'ୟୁପିଏ କାର୍ଯ୍ୟକାଳରେ ୧୮-୧୯ ଥର ହୋଇଛି ସର୍ଜିକାଲ ଷ୍ଟ୍ରାଇକ '

ଜିତେନ୍ଦ୍ର ସିଂ କହିଛନ୍ତି ଯେ ବିଜେପି ପୁଲୱାମା ବିଷୟକୁ ନେଇ ରାଜନୀତି କରୁଛି । ସେନାକୁ ନେଇ ରାଜନୀତି କରିବା ଠିକ ନୁହଁ । ଏୟାର ଷ୍ଟ୍ରାଇକ ପରେ ବିଜେପି ନେତା କହୁଛନ୍ତି କର୍ଣ୍ଣାଟକରୁ ସେମାନଙ୍କୁ ୨୨ଟି ଆସନ ମିଳିଯିବ । ବିଜେପି ପୁଲୱାମା ଘଟଣାକୁ ରାଜନୀତି ସହ ଯୋଡୁଛି ବୋଲି ସେ କହିଛନ୍ତି।

author img

By

Published : Mar 5, 2019, 11:18 AM IST

Updated : Mar 5, 2019, 11:37 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ନୂଆଦିଲ୍ଲୀ: ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଜାତୀୟ ରାଜନୀତି ବେଶ ସରଗରମ । ବିଭିନ୍ନ ଦଳର ନେତାମାନେ ଏହାକୁ ନେଇ ଦେଉଛନ୍ତି ବିଭିନ୍ନ ମନ୍ତବ୍ୟ । କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ୟୁପିଏ ସରକାର କାର୍ଯ୍ୟକାଳ ମଧ୍ୟରେ ୧୮-୧୯ ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଛି କିନ୍ତୁ କଂଗ୍ରେସ ଏହାର କେବେ ମଧ୍ୟ ପ୍ରଚାର କରିନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ବିଜେପି ପୁଲୱାମା ବିଷୟକୁ ନେଇ ରାଜନୀତି କରୁଛି । ସେନାକୁ ନେଇ ରାଜନୀତି କରିବା ଠିକ ନୁହଁ । ଏୟାର ଷ୍ଟ୍ରାଇକ ପରେ ବିଜେପି ନେତା କହୁଛନ୍ତି କର୍ଣ୍ଣାଟକରୁ ସେମାନଙ୍କୁ ୨୨ଟି ଆସନ ମିଳିଯିବ । ବିଜେପି ପୁଲୱାମା ଘଟଣାକୁ ରାଜନୀତି ସହ ଯୋଡୁଛି ବୋଲି ସେ କହିଛି ।

ବିଜେପି ନେତାମାନେ ଏହି ସବୁ ବିଷୟକୁ ଛାଡି ଜନତାଙ୍କୁ ୫ ବର୍ଷରେ କରିଥିବା କାର୍ଯ୍ୟର ହିସାବ ଦେବା ଆବଶ୍ୟକ । ବର୍ତ୍ତମାନ ବିଜେପି ଉପରେ ଜନତାଙ୍କ ବିଶ୍ବାସ ନାହିଁ । ବିଜେପି ସରକାର ଭୋଟ ପାଇଁ ଯେକୌଣସି କାର୍ଯ୍ୟ କରିପାରେ ବୋଲି ପୂର୍ବତନ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ କହିଛନ୍ତି ।

Intro:Body:

ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି 

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଆରାଧନା ଲାଗି ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଶିବ ଦର୍ଶନ କରିବା ପାଇଁ ଶୈବପୀଠ ଆଗରେ ମଧ୍ୟରାତ୍ରରୁ ଧାଡି ଲଗାଇଛନ୍ତି ଶ୍ରଦ୍ଧାଳୁମାନେ । ସେହିପରି ଭୁବନେଶ୍ବର ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଭକ୍ତମାନେ ଦୂରଦୂରାନ୍ତରୁ ଆସିଛନ୍ତି । ଲିଙ୍ଗରାଜଙ୍କର ନୀତିକାନ୍ତି ଅନୁସାରେ ବିଧିବଦ୍ଧ ଭାବେ ଚାଲିଛି ପୂଜାର୍ଚ୍ଚନା । 

ଲିଙ୍ଗରାଜଙ୍କର ଦର୍ଶନ ପାଇଁ ମଧ୍ୟରାତ୍ରିରୁ  ଜମିଛି ଭକ୍ତଙ୍କ ଭିଡ । ଜାଗର ଓଷା କରିଥିବା ଶ୍ରଦ୍ଧାଳୁମାନେ ଦୀପ ଧୂପ ସହ ମନ୍ଦିର ବେଢ଼ାର ଚତୁପାର୍ଶ୍ବରେ ବସିଥିବା ଦେଖିବାକୁ ମିଳିଛି । ମହାଦ୍ବୀପ ଉଠିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବୋଲି ଚାହିଁ ବସିଛନ୍ତି ଭକ୍ତମାନେ । 

ସେପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପ୍ରକାରର ସୁବିଧା ରହିଛି ଭକ୍ତମାନଙ୍କ ପାଇଁ । ପିଇବା ପାଣିଠାରୁ ଆରମ୍ଭ କରି ଖରାରେ ଠିଆ ହୋଇଥିବ ଭକ୍ତମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି ।   

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ନ୍ୟୁଜ

Conclusion:
Last Updated : Mar 5, 2019, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.