ETV Bharat / bharat

ରାଜ୍ୟସଭା ସାଂସଦଙ୍କ ସହ 30 ଜୁଲାଇରେ ଭର୍ଚୁଆଲ ବୈଠକ କରିବେ ସୋନିଆ

ଆସନ୍ତା ଜୁଲାଇ 30ରେ ରାଜ୍ୟସଭା ସାଂସଦଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଭର୍ଚୁଆଲ ବୈଠକ । ରାଜସ୍ଥାନ ସଙ୍କଟ ଓ କୋରୋନା ସ୍ଥିତି ଉପରେ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ...

author img

By

Published : Jul 27, 2020, 7:06 PM IST

ରାଜ୍ୟସଭା ସାଂସଦଙ୍କ ସହ 30 ଜୁଲାଇରେ ଭର୍ଚୁଆଲ ବୈଠକ କରିବେ ସୋନିଆ
ରାଜ୍ୟସଭା ସାଂସଦଙ୍କ ସହ 30 ଜୁଲାଇରେ ଭର୍ଚୁଆଲ ବୈଠକ କରିବେ ସୋନିଆ

ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ରାଜନୈତିକ ସ୍ଥିତିକୁ ନେଇ ଭର୍ଚୁଆଲ ବୈଠକ ଡାକିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ରାଜ୍ୟସଭା ସାଂସଦଙ୍କୁ ନେଇ ଏହି ବୈଠକ କରିବେ ସୋନିଆ । ତେବେ 30 ଜୁଲାଇରେ ହେବାକୁ ଯାଉଥିବା ଏହି ବୈଠକରେ ରାଜନୈତିକ ସ୍ଥିତି ସହ କୋରୋନା ଉପରେ ଚର୍ଚ୍ଚା ହେବା ନେଇ ଅନୁମାନ କରାଯାଉଛି ।

ବର୍ତ୍ତମାନ ସମୟରେ ରାଜସ୍ଥାନ ରାଜନୀତିରେ ଜାରି ରହିଛି ମହାସଂଗ୍ରାମ । ତେବେ ଏପରିସ୍ଥିତିରେ ଗେହଲଟ ସରକାରଙ୍କୁ ସଙ୍କଟରୁ ବାହାର କରିବା ପାଇଁ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ । ଅନେପକ୍ଷେ ଦେଶରେ କୋରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଏହାର ପରିଚାଳନା ନେଇ ସରକାରଙ୍କୁ ଘେରି ଆସୁଛି କଂଗ୍ରେସ । ତେବେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ କୋରୋନାର ସ୍ଥିତି କିପରି ଅଛି, ଏନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.