ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଯୋଗାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଯୋଗ ଗୁରୁ ବାବା ରାମଦେବ ଯୋଗାସନ କରିଛନ୍ତି ।
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାବା ରାମଦେବ ରବିବାର ଦିନ ହରିଦ୍ୱାରର ପତଞ୍ଜଳି ପୀଠରେ ଯୋଗ ପ୍ରଦର୍ଶନ କରିଥିଲେ। ଯୋଗ ଗୁରୁ ବାବା ରାମଦେବ ପ୍ରାଚୀନ ଭାରତରେ ସୃଷ୍ଟ ଅନୁଶାସନର ବିଭିନ୍ନ ନ୍ୟୁନେସ୍ ବିଷୟରେ ଲୋକଙ୍କୁ ଯୋଗ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ।
ଚଳିତ ବର୍ଷର ଥିମ ରହିଛି ‘ୟୋଗା ଆଟ ହୋମ ଆଣ୍ଡ ୟୋଗା ଫର ହେଲଥ’ । ମହାମାରୀ କୋରୋନା ପାଇଁ ଦେଶବ୍ୟାପୀ ଭର୍ଚ୍ୟୁଆଲ ମାଧ୍ୟମରେ ଯୋଗ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି..
ଯୋଗ ଦିବସ ହେଉଛି ଏକଜୁଟ ହେବାର ଦିନ । ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୁଲ ହେବ ନାହିଁ । କୋରୋନା ସଙ୍କଟ ଘଡିରେ ଯୋଗାଭ୍ୟାସ ଓ ପ୍ରଣାୟାମ ଅତ୍ୟନ୍ତ ଆବଶ୍ୟକ । କୋରୋନାକୁ ହରାଇବାକୁ ଯୋଗଭ୍ୟାସ ଜରୁରୀ ।
@ANI