ETV Bharat / bharat

ପିଲା ପଢୁଛନ୍ତି ଚାଷପାଠ, ହାତରେ ହଳ ଧରି ଜମିରେ ପ୍ରାକ୍ଟିକାଲ

କୃଷି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଛାତ୍ରଛାତ୍ରୀ । କଲେଜ ପୋଷାକରେ ଆସାମ ଉଦାଲଗୁରୀ ଜିଲ୍ଲାର ଏସ୍ପାୟର ଜୁନିଅର କଲେଜର ଛାତ୍ରଛାତ୍ରୀ କ୍ଷେତରେ କରୁଛନ୍ତି ଚାଷ । ଏହି ଭିଡିଓ ଏବେ ବେଶ ପ୍ରଂଶସା ସାଉଁଟିଛି ।

author img

By

Published : Jul 9, 2019, 5:40 PM IST

Updated : Jul 9, 2019, 6:02 PM IST

ଡିଜାଇନ ଫଟୋ

ଆସାମ: ଦେହରେ କଲେଜ ପୋଷାକ, ଆଉ ହାତରେ ହଳ । ଆଣ୍ଠୁଏ କାଦୁଅ ଭିତରେ ଏମାନେ ଲାଗି ପଡିଛନ୍ତି ତଳି ରୋଇବାରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚହଳ ପକାଇଛି ।

ପିଲା ପଢୁଛନ୍ତି ଚାଷପାଠ
ଝିଅ, ପୁଅ ସମସ୍ତେ ମିଳିମିଶି ଶିଖୁଛନ୍ତି ଚାଷକାମ । ଆକଳନ କରୁଛନ୍ତି, ଆହାର ଯୋଗାଉଥିବା ସେହି ଅନ୍ନଦାତାଙ୍କ ପ୍ରତିଟି ଯୋଗଦାନର ମୁଲ୍ୟକୁ । ଏମାନେ ହେଉଛନ୍ତି ଆସାମ ଉଦାଲଗୁରୀ ଜିଲ୍ଲାର ଏସ୍ପାୟର ଜୁନିଅର କଲେଜର ଉଚ୍ଚ ମାଧ୍ୟମିକ ପ୍ରଥମ ଓ ଦିତୀୟ ବର୍ଷର ଛାତ୍ରଛାତ୍ରୀ । ଦେଶ ପାଇଁ ଚାଷ ଓ ଚାଷୀଙ୍କ ଅବଦାନ କେତେ ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ଜଣାଇବା ସହ ପିଲାଙ୍କୁ ଅଧିକ କୁଶଳ ଓ କର୍ମନିଷ୍ଠ କରିବା ପାଇଁ ଏହି କଲେଜ ଆପଣାଇଛି ଏଭଳି ପଦକ୍ଷେପ ।କଲେଜର ପାଠ୍ୟକ୍ରମରେ ଚାଷକୁ ଏକ ବିଷୟ ଭାବେ ସାମିଲ କରାଯାଇଛି । ଏଥିପାଇଁ ଛାତ୍ରାଛାତ୍ରୀଙ୍କୁ ପ୍ରାକ୍ଟିକାଲ ଶିକ୍ଷା ବି ଦିଆଯାଏ । ନିଜେ ପିଲା ଚାଷଜମିକୁ ଯାଇ ଏହାର ବାସ୍ତବତା ଜାଣେ । ଗ୍ରାମର ନିଚ୍ଛକତା ସମ୍ପର୍କରେ ବୁଝେ । ଯେ ଆହାର ଯୋଗାଏ, ତାର ବଳିଦାନ ଓ କଷ୍ଟକୁ ଅନୁଭବ କରେ । ଏହି କଲେଜର ପଦକ୍ଷେପ ଓ ପିଲାଙ୍କ ଅଦ୍ୟମ ପ୍ରୟାସ ସାରା ଦେଶରେ ପ୍ରଂଶସା ସାଉଁଟୁଛି ।ସତରେ ଚାଷକାମ ଯାହାର କେଡେ ସୁଖ ତାହାର । ଆଉ ଏହାକୁ ପାଠ ଭାବେ ଆପଣାଇ ପ୍ରତିଟି ଚାଷୀଙ୍କୁ ପ୍ରୋତ୍ସାହିତ କରିଛି ଏହି ସ୍କୁଲ । କେବଳ ଏହି ସ୍କୁଲ ନୁହେଁ ସମଗ୍ର ଦେଶରେ ସବୁ ସ୍କୁଲରେ ଚାଷର ମହତ୍ବ ସମ୍ପର୍କରେ ଅବଗତ କରାଇବା ଦରକାର । ଯେପରି ଯୁବପୀଢି ଇଞ୍ଜିନିୟର, ଡାକ୍ତର ସହ ଚାଷୀ ହେବାକୁ ସ୍ବପ୍ନ ଦେଖିବେ ।

Intro:Body:

BLANK FOR LINK

Conclusion:
Last Updated : Jul 9, 2019, 6:02 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.