ETV Bharat / bharat

ଛିନ୍ଦଓ୍ବାଡାରେ ଭୋକିଲା ପାଇଁ ବରଦାନ ସାଜିଛି ଆବର୍ଜନା

author img

By

Published : Oct 30, 2019, 11:32 PM IST

ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରେ ଅଳିଆ ଗୋଟାଳିଙ୍କ ପାଇଁ ନଗର ନିଗମ ପକ୍ଷରୁ 'ଆବର୍ଜନା ଆଣନ୍ତୁ ପେଟ ଭରି ଖାଦ୍ୟ ଖାଆନ୍ତୁ' ସ୍କିମ ଆରମ୍ଭ ହୋଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ଗରିବର ଭୋକ ମେଣ୍ଟାଉଛି ପ୍ଲାଷ୍ଟିକ ଆବର୍ଜନା । ଯାହା ସେମାନଙ୍କ ପାଇଁ ବରଦାନ ସଦୃଶ ସାଜିଛି । ମଧ୍ୟପ୍ରଦେଶ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା 'ଆବର୍ଜନା ଆଣନ୍ତୁ, ପେଟଭରି ଖାଦ୍ୟ ଖାଆନ୍ତୁ' ସ୍କିମ ଆରମ୍ଭ ହୋଇଛି। ଏହାଦ୍ବାରା ଆବର୍ଜନା ଏକାଠି କରୁଥିବା ଲୋକଙ୍କ ପେଟକୁ ଦାନା ମିଳିବାରେ ସହାୟକ ହେଉଛି ଏହି ସ୍କିମ।

ତେବେ ଆବର୍ଜନାକୁ ରଦ୍ଦି ଭାବି ଲୋକେ ଫୋପାଡି ଦେଉଛନ୍ତି । ହେଲ ସେହି ଅଳିଆ ଆବର୍ଜନା ଏବେ ଭୋକିଲାଙ୍କ ପେଟକୁ ଦାନା ଯୋଗାଉଛି । ଏନେଇ ଛିନ୍ଦଓ୍ବାଡାର ନଗର ନିଗମ ପ୍ରତିଦିନ ଆବର୍ଜନା ଗୋଟାଳିଙ୍କୁ ମାଗଣା ଖାଦ୍ୟ ଯୋଗାଉଛି। ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯିଏ ପ୍ଲାଷ୍ଟିକ ଆବର୍ଜନା ଆଣି ଦେଉଛି ତାକୁ ପ୍ରଶାସନ ପକ୍ଷରୁ ଦିନଦୟାଲ ରୋଷେଇ ଯୋଜନାରେ ନିଃଶୁଳ୍କ ଖାଦ୍ୟ ଯୋଗାଇ ଦିଆଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ 150 ଲୋକଙ୍କୁ ଚିହ୍ନଟ କରାଯାଇଛି । ଆଉ ସେମାନଙ୍କୁ ଟୋକନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ ଅବସରରେ ଦେଶକୁ ସିଙ୍ଗଲ ୟ୍ୟୁଜ ପ୍ଲାଷ୍ଟିକ ମୁକ୍ତ କରିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ । ଏହାପରେ ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରେ ନଗର ନିଗମ ପକ୍ଷରୁ 'ଆବର୍ଜନା ଆଣନ୍ତୁ ପେଟଭରି ଖାଦ୍ୟ ଖାଆନ୍ତୁ' ସ୍କିମ ଆରମ୍ଭ ହୋଇଛି ।

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.