ହାଇଦ୍ରାବାଦ: ଲୋକସଭାରେ ପାରିତ ହୋଇଥିବା ନାଗରିକ ସଂଶୋଧନ ବିଲକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିରୋଧ କରିଛନ୍ତି । ଇମ୍ରାନ ଏହି ବିଲ ବିରୋଧରେ ଟ୍ବିଟ କରି ମୋଦି ସରକାର ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘକୁ ଟାର୍ଗେଟ କରିଛନ୍ତି ।
ଇମ୍ରାନ ନିଜ ଟ୍ବିଟରେ ଲେଖିଛନ୍ତି ଯେ ଭାରତର ଲୋକସଭାରେ ପାରିତ ହୋଇଥିବା ନାଗରିକତା ବିଲକୁ ମୁଁ ବିରୋଧ କରୁଛି । ଏହି ବିଲ ପାକିସ୍ତାନ ସହ ଦ୍ବିପାକ୍ଷିକ ଚୁକ୍ତି ଓ ମାନବାଧିକାରର ବିରୋଧ କରୁଛି । ମୋଦି ସରକାର ଲାଗୁ କରିବାକୁ ଯାଉଥିବା ଏହି ଆଇନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ହିନ୍ଦୁ ରାଷ୍ଟ୍ର ଏଜେଣ୍ଡା ବୋଲି ଇମ୍ରାନ କହିଛନ୍ତି । ପୂର୍ବରୁ ପାକିସ୍ତାନ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦର ବିରୋଧ କରୁଥିଲା ।