ETV Bharat / bharat

ସୁରକ୍ଷା ପ୍ରତି ବଡ ଚ୍ୟାଲେଞ୍ଜ; ଏଲଏସିରେ ଅସ୍ତ୍ରଶସ୍ତ୍ର ସହ ସେନା ଠୁଳ କରିଛି ଚୀନ

author img

By

Published : Oct 17, 2020, 12:53 PM IST

ଏଲଏସରେ ବହୁଳ ଅସ୍ତ୍ରଶସ୍ତ୍ର ସହ ଚୀନ ସେନା ଠୁଳ କରିଛି ଚୀନ । ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚିନ୍ତା ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ...

ଏଲଏସିରେ ଅସ୍ତ୍ରଶସ୍ତ୍ର ସହ ସେନା ଠୁଳ କରିଛି ଚୀନ

ନ୍ୟୁୟର୍କ: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ(ଏଲଏସି)ରେ ବହୁତ ସଂଖ୍ୟକ ଅସ୍ତ୍ରଶସ୍ତ୍ର ସହ ସେନା ମୁତୟନ କରିଛି ଚୀନ । ଯାହା ଏବେ ଭାରତର ସୁରକ୍ଷା ପ୍ରତି ବଡ ଚ୍ୟାଞ୍ଜେଲ ସୃଷ୍ଟି କରିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । ଭାରତ-ଚୀନ ସୀମାରେ ହିଂସାତ୍ମକ ସଂଘର୍ଷ ସାଧାରଣ ନାଗରିକ ସମେତ ରାଜନୈତିକ ସ୍ତରରେ ବିଶେଷ ପ୍ରଭାବ ପକାଇଛି । ଏହା ସହ ଉଭୟ ଦେଶର ସମ୍ପର୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି।

ଏସିଆ ସୋସିଆଇଟି ପକ୍ଷରୁ ଆୟୋଜିତ ଅନଲାଇନ କାର୍ଯ୍ୟକ୍ରମରେ ଜୟଶଙ୍କର ସାମିଲ ହୋଇ ଭାରତ-ଚୀନ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିଥିଲେ । ଜୁନ 15ରେ ଲଦାର ଗଲୱାନ ଘାଟିରେ ସଂଘର୍ଷ ଘଟି ଭାରତୀୟ 20 ଯବାନ ଶହୀଦ ହୋଇଥିଲେ । ଏହା ପର ଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । କେବଳ ଭାରତୀୟ ଯବାନ ନୁହଁନ୍ତି ଚୀନ ସେନା ମଧ୍ୟ ଏଥିରେ ଆହାତ ହୋଇଛନ୍ତି । ତେବେ ଭାରତର ଏହି ଦାବିକୁ ପ୍ରଥମେ ଚୀନ ଖାରଜ କରିଥିଲା ହେଲେ ପରେ ସେ ଏହାକୁ ସ୍ବୀକାର କରିଛି ।

ଜୟଶଙ୍କର କହିଛନ୍ତି, ଗତ 30 ବର୍ଷ ମଧ୍ୟରେ ଭାରତ ଓ ଚୀନ ସହିତ ଭଲ ସମ୍ପର୍କ ରହିଆସିଥିଲା । ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଦୁଇ ଦେଶ ମଧ୍ୟରେ 1993 ମସିହାରେ ହୋଇଥିବା ଚୁକ୍ତି ଠାକିଠାକ ଚାଲିଥିଲା । ସୀମାବର୍ତ୍ତୀ ଅଞ୍ଚଳରେ ସୈନ୍ୟ କମ ରଖିବାକୁ ମଧ୍ୟ ଚୁକ୍ତି ହୋଇଥିଲା । ହେଲେ ଚାଇନା ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ଉଲ୍ଲଂଘନ କରିଛି। ଲଦାଖର ଗଲୱାନ ଘାଟିରେ ଜୁନ ୧୫ ତାରିଖରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ପିଏଲଏ ଦ୍ବାରା ହୋଇଥିବା ଆକ୍ରମଣ ଚୁକ୍ତିକୁ ଉଳ୍ଲଙ୍ଘନ କରିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭାରତୀୟ ସେନା ଶହୀଦ ହୋଇଥିଲେ।

ସୂଚନାଯୋଗ୍ୟ, ଦୁଇ ଦେଶରେ ମଧ୍ୟରେ ତିକ୍ତତା ଆରମ୍ଭ ହେବା ପରେ ସମସ୍ୟାର ସମାଧାନ ପାଇଁ ଦୁଇ ଦେଶର ସାମରିକ ବିଭାଗ ବୈଠକ କରୁଛନ୍ତି । ସୀମାରୁ ସେନା ପ୍ରତ୍ୟାହାର ନେଇ ଭାରତର ଦାବିରେ ଚାଇନା ରାଜି ହେଉନାହିଁ । ଫଳରେ ଭାରତ ମଧ୍ୟ ତାର ସେନାକୁ ସୀମାରୁ ହଟାଇବ ନାହିଁ ବୋଲି ସଫାସଫ କହିଦେଇଛି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ବଢୁଥିବା ବିବାଦ ପାଇଁ ଏବେ ଚୀନ ତାର ସେନାକୁ ଆଲର୍ଡ ରହିବାକୁ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.