ETV Bharat / bharat

'ଚୀନ ଉତ୍ପାଦ ବର୍ଜନ କରିବା ଉପରେ ଚର୍ଚ୍ଚା କରିବା ଉଚିତ ନୁହେଁ' - କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ

ଚୀନ ସାମଗ୍ରୀ ବର୍ଜନକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ଜାଣନ୍ତୁ ସେ କଣ କହିଛନ୍ତି...

ଚିଦାମ୍ବରମ
ଚିଦାମ୍ବରମ
author img

By

Published : Jun 20, 2020, 7:36 PM IST

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନାଙ୍କ ସହ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହାପରେ ପୁରା ଦେଶରେ ଚୀନ ବିରୋଧରେ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ନେତାଠାରୁ ଆରମ୍ଭ କରି ସାଧାରଣ ଜନତା ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ବାନ କରୁଛନ୍ତି । ତେବେ ଇତି ମଧ୍ୟରେ ଚୀନ ସାମଗ୍ରୀ ବର୍ଜନକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ।

ଚିଦାମ୍ବରମ
ଚିଦାମ୍ବରମ

ସେ ଚୀନ ସାମଗ୍ରୀ ବର୍ଜନ ବିରୋଧରେ ନିଜ ମତ ପ୍ରକାଶ କରିଛନ୍ତି । ଭାରତକୁ ଏବେ ଯେତେ ସମ୍ଭବ ଆତ୍ମନିର୍ଭର ହେବାର ଆବଶ୍ୟକତା ରହିଛି । କିନ୍ତୁ ଏଥିପାଇଁ ତାକୁ ବିଶ୍ବଠାରୁ ଅଲଗା ହେବାର ଆବଶ୍ୟକତା ନାହିଁ ବୋଲି ଚିଦାମ୍ବରମ କହିଛନ୍ତି ।

ଭିଡିଓ କନ୍‌ଫ୍ରେନ୍ସିଂ ଜରିଆରେ ଗଣମାଧ୍ୟମକୁ ସମ୍ବୋଧିତ କରି ଚିଦାମ୍ବରମ କହିଛନ୍ତି, ଆମେ ଚୀନ ଉତ୍ପାଦକୁ ବର୍ଜନ କରିବା ଉପରେ ଚର୍ଚ୍ଚା କରିବା ଉଚିତ ନୁହେଁ । ଏହା ଦ୍ବାରା ଚୀନ ଭଳି କମ୍ୟୁନିଷ୍ଟ ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚିବନାହିଁ । ଭାରତକୁ ବିଶ୍ବ ବାଣିଜ୍ୟ ସଂଗଠନ ଦ୍ବାରା ନିର୍ଦ୍ଧାରିତ ବାଣିଜ୍ୟ ଶୃଙ୍ଖଳର ଅଂଶ ରହିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.